ପୁରୀ, ପୁରୀ ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଯିବା ମାମଲା ସାମନାକୁ ଆସିବା ପରେ ଏଥିରେ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଅଜୟ ଜେନା ।
ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ରୋଷଘରେ ଆଉ କେହି ପ୍ରବେଶ କରି ନ ଥାନ୍ତି । ସୁଆର ଓ ମହାସୁଆର ନିୟୋଗର ସେବାୟତ ମାନେ ଏହି କାମ ସମ୍ପାଦିତ କରିଥାନ୍ତି । ଏହାର ଜଏଂଟ ଇନକ୍ୱାରି କରାଯିବ । ଯିଏ ବି ଏଥି ପାଇଁ ଦାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।