
କନ୍ଧମାଳ, ଖଜୁରୀପଡା ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଠ ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରୀ କିଭଳି ଭାବେ କୌଣସି ପରିସ୍ଥିତିରେ ଆତ୍ମରକ୍ଷା କୌଶଳରେ ନିଜକୁ ସୁରକ୍ଷିତ ରଖିପାରିବେ ସେନେଇ ଆତ୍ମରକ୍ଷା ତାଲିମ ଶିବିରରେ ପ୍ରଶିକ୍ଷଣ ଦିଆଯାଉଛି। ଏହି ତାଲିମ ଶିବିରକୁ ଖଜୁରୀପଡା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ଉଦଘାଟନ କରିଥିବା ବେଳେ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ଡା. ପ୍ରଶାନ୍ତ କୁମାର କର ଏଥିରେ ଅଧ୍ୟକ୍ଷତା କରିଥିଲେ।
ଅନୁଷ୍ଠିତ ତାଲିମ ଶିବିରରେ ପ୍ରମୋଦ କୁମାର ନାୟକ ସମୀର କୁମାର ବେହେରା, ବାସୁଦେବ ସାହୁ, ରଶ୍ମି ରଞ୍ଜନ ଲେଙ୍କା, ରାମକୃଷ୍ଣ ପଣ୍ଡା, ରଞ୍ଜନ କୁମାର ବେହେରା, ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।