ସୁନ୍ଦରଗଡ଼, ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରିତ ବଜାର ପରିଷଦ (ଆରଏମସି) ସମ୍ପାଦକ ବନମାଳୀ ନାଏକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ପ୍ରକାଶ ଥାଉକି, ଗତକାଲି ତାଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଏହି ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୨ ଲକ୍ଷ ୯୭ ହଜାର ଟଙ୍କା ଓ ୨୦୦ ଗ୍ରାମରୁ ଅଧିକ ସୁନା ଜବତ କରିବା ସହ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରିଥିଲା ଭିଜିଲାନ୍ସ । ଏହି ଚଢ଼ଉରେ ୫ ଜଣ ଭିଜିଲାନ୍ସ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇ ସାମିଲ୍ ଥିଲେ ।
Related Stories
November 22, 2024