ପୁରୀ, ଶ୍ରୀମନ୍ଦିର ରୋଷ ଘର ଚୁଲା ଭାଙ୍ଗିଛି । ଶ୍ରୀଜୀଉଙ୍କ କୋଠଭୋଗ ପ୍ରସ୍ତୁତ କରାଯାଉଥିବା ଚୁଲା ଭାଙ୍ଗିଥିବା ସୂଚନା ମିଳିଛି । ଗତକାଲି ରାତିରେ ଧୋପଖାଳ ପରେ କେହି ଦୁର୍ବୃତ ପ୍ରାୟ ୪୦ଟି ଚୁଲା ଭାଙ୍ଗିଥିବା ଆଜି ସକାଳୁ ସୁଆର ସେବାୟତ ମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଭୋଗ ପ୍ରସ୍ତୁତି ନୀତିରେ ବିଳମ୍ବ ଘଟିଛି । ଏହି ଚୁଲାରେ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଖେଚୁଡ଼ି ଓ କାନିକା ପ୍ରସ୍ତୁତ ହୋଇଥାଏ । ଅନ୍ୟପକ୍ଷରେ ଘଟଣା ପରେ ଶ୍ରୀ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ରୋଷ ଘରେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ୨୪୦ ଟି ଚୁଲା ରହିଥିବା ଶ୍ରୀମନ୍ଦିର ସତ୍ଵଲିପିରେ ଉଲ୍ଲେଖ ରହିଛି ।