ଗଞାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ବ୍ରିଜ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ସମୟ ପ୍ରାୟ ସନ୍ଧ୍ୟା ୬ ଟା ସମୟରେ ଏକ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ଶ୍ରମିକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୁରୁଣା ମୌଳାଭଞ୍ଜା ଗ୍ରାମର ଉଲା ବେହେରାଙ୍କ ପୁଅ ସାଇବ ବେହେରା । ଯାହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି । ଅଞ୍ଚଳବାସୀଙ୍କ ଦ୍ବାରା ଟାୟାର ଜାଳି ରାସ୍ତା ଅବରୋଧ କରା ଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ସାନଖେମୁଣ୍ଡି ବ୍ଳକ ମୌଳାଭଞ୍ଜା ଗ୍ରାମର ସାଇବ ଶ୍ରମିକ ଭାବେ କାମ କରୁଥିବା ବେଳେ ଟ୍ରାକ୍ଟର ନମ୍ବର ( ଓଡି ୦୭ ଏଜେ ୦୬୭୦) ଯୋଗେ ନିକଟସ୍ଥ ନଦୀରୁ ବାଲି ବୋଝେଇ କରି ଆସି ନିଜ ଗ୍ରାମରେ ଓହ୍ଲାଇଥିଲେ । ତେବେ ଚାଳକ ସାଇବକୁ ନଦେଖି ଗାଡ଼ି ଆଗକୁ ବଢ଼ାଇବା ଫଳରେ ଶ୍ରମିକ ଜଣକ ଚକା ତଳେ ପଡି ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦିଗପହଣ୍ଡି ପୋଲିସ ଶବ ଜବତ କରିବା ସହ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ରବିବାର ସକାଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଶବ ବ୍ଯବଛ୍ଜେଦ କରାଇ ପରିବାର ଲୋକକୁଂ ହସ୍ତାନ୍ତର କରାଯାଇଛି।
Related Stories
November 23, 2024