-
ଆଟା” ପକ୍ଷରୁ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ଏକ ଦାବି ପତ୍ର ପ୍ରଦାନ
ବର୍ଦ୍ଧିତ ତୈଳ ଦର ଯୋଗୁ ବଢିଛି ବସ୍ ଭଡା, ସାଧାରଣ ଯାତ୍ରୀଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବସ୍ ଭଡା ବଢିବା ସହିତ ଯାତ୍ରୀ ମାନଙ୍କୁ ଟିକେଟ ନ ଦେବା ଆଉ ସରକାରୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଖୁବ୍ ଅଧିକ ଦର ନେବା ଯୋଗୁ ଯାତ୍ରୀମାନେ ଏକ ପ୍ରକାର ଠକାମୀର ଶିକାର ହେଉଛନ୍ତି | ଏହାକୁ କେନ୍ଦ୍ର କରି “ଆସୋସିଏସନ୍ ଅଫ ଟୁଇଟର ଆକ୍ଟିଭିଷ୍ଟସ୍ – ଆଟା” ପକ୍ଷରୁ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ଓ ଏହା ଉପରେ ଯଥାଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ସହିତ ରାଜ୍ୟର ସବୁ ଜିଲ୍ଲାରେ ଏହିଭଳି ଧାର୍ଯ୍ୟ ବସ୍ ଭଡା ଠାରୁ ଅତ୍ୟଧିକ ଘରୋଇ ବସ୍ ମାଲିକ ମାନେ ଆଦାୟ କରୁଥିବାର ନଜରକୁ ଆସିଲାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଶ୍ରୀ ବିଷ୍ଣୁପଦ ସେଠୀଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରି ମଧ୍ୟ ଅବଗତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିସ୍ମୟ ମିଶ୍ର, ସମ୍ପାଦକ ଆଇନଜୀବୀ ଦେବାଶିଷ ଦାଶଙ୍କ ସମେତ ସତ୍ୟନାରାୟଣ ସାହୁ, ଶୁଭଶ୍ରୀ ବେହେରା, ମାନସ ରଥ, ସୁଧାଂଶୁ ଜେନା, ନିରାକାର ମହାରଣା, କାହୁଁ ଚରଣ ବଡ଼ପଣ୍ଡା, ଆଦିତ୍ୟ ନାରାୟଣ ବାରିକ, ମାନସ କୁମାର ନାୟକ, ତିତଲୀ ଦାସ ଓ ଗଙ୍ଗାଧର ଶାସମଲ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିବା ସହିତ ଏହି ବର୍ଦ୍ଧିତ ଦରକୁ ନେଇ ସବୁ ବସ୍ ମଧ୍ୟରେ ଓ ପ୍ରମୁଖ ବସ୍ ଷ୍ଟାଣ୍ଡରେ ସୂଚନା ଫଳକ ପ୍ରଦାନ କରାଯାଉ ବୋଲି ବାର୍ତ୍ତା ଦେଇଥିଲେ ।