
କୃଷ୍ଣପ୍ରସାଦ ବ୍ଳକ୍ ଅଧୀନ ଶତଳପଦାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂସ୍କୃତି କଳା ମନ୍ଦିର ତରଫରୁ ଉତ୍କଳ ଦିବସ ଆଇନଜୀବୀ ଦିଗମ୍ବର ବେହେରାଙ୍କ ସଭାପତିତ୍ବରେ ପାଳନ କରାଯାଇଛି। ବିଶିଷ୍ଟ ସଂସ୍କୃତି ଗବେଷକ ତତ୍ତ୍ଵ କବି ବିଭୁଦାସ ଭିକାରୀ ଚରଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ବିରଞ୍ଚି ନାରାୟଣ ପରିଡ଼ା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରଞ୍ଜିତ ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା,ପ୍ରବଚକ ଦିଲ୍ଲିପ କୁମାର ବଳିଆର ସିଂହ, ରାମକଥାବାଚକ ଗୋପାଳ ଚନ୍ଦ୍ର ନାୟକ, ସମବାୟବିତ ମନମୋହନ ପ୍ରଧାନ, ଶିକ୍ଷକ ସୁରେଶ ଚନ୍ଦ୍ର ଜେନା, ଶିକ୍ଷକ ପବିତ୍ର ମୋହନ ଦାସ, ଶ୍ରମିକ ନେତା ପୀତବାସ ବେହେରା, ସଂସ୍କୃତି ସଂଗଠକ ଅଜୟ କୁମାର ସ୍ୱାଇଁ , ବ୍ରହ୍ମଗିରି ବ୍ଳକ୍ ଯାଦବ ମହାସଭା ସମ୍ପାଦକ ବିପିନ ବେହେରା, ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ଓ ଶିକ୍ଷକ କାହ୍ନୁଚରଣ ବେହେରା ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ ଉତ୍କଳ ଦିବସ ସମ୍ପର୍କରେ ଉଦବୋଧନ ଦେଇଥିଲେ। ପ୍ରାରମ୍ଭରେ ବିଶିଷ୍ଟ ସଂଗୀତଜ୍ଞ ପ୍ରଭାକର ବିଶ୍ବାଳ ଓ ପବିତ୍ର ମୋହନ ଦାସଙ୍କ ପିଲାମାନେ ନେତୃତ୍ୱରେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷୟିତ୍ରୀ ମଞ୍ଜୁଲତା ଜେନା, ଦିଲ୍ଲିପ କୁମାର ବଳିଆର ସିଂହ ଓ ଅଜୟ କୁମାର ସ୍ୱାଇଁ ବିଚାରକ ରୂପେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବାଗ୍ମିତା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ।ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣପତ୍ର ସହିତ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ସଂସ୍କୃତି କଳା ମନ୍ଦିର ପ୍ରତିଷ୍ଠାତା ସମ୍ପାଦକ ଶିକ୍ଷକ ଚରଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଶିକ୍ଷକ ପାଲା ଗାୟକ , ବିକାଶ ଶତାବ୍ଦୀ,ଚନ୍ଦ୍ରମଣି ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଅଜୟ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।