କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ପୀଠର ପ୍ରସିଦ୍ଧ ମା’ ତାରିଣୀ ମନ୍ଦିର ପରିସରର ଯଜ୍ଞ ମଣ୍ଡପରେ ଘଟଗାଁସ୍ଥିତ ଶ୍ରୀରାମ ପରିଷଦ ଆନୁକୂଲ୍ୟରେ ୩୧ତମ ଶ୍ରୀରାମ ଚରିତ ମାନସ ନବାର୍ହ୍ନ ପାରାୟଣ ଅନୁÂିତ ହୋଇଯାଇଛି । ଗତ ୨୭ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୯ଦିନ ଧରି ଚାଲିଥିଲା । ପ୍ରଥମ ଦିନର ଅଧିବାସ କର୍ମ ଶୁଭାରମ୍ଭ ସହିତ କଳସ ଯାତ୍ରା ଓ ଘଟସ୍ଥାପନ ହୋଇଥିବା ବେଳେ ଦିତୀୟ ଦିନ ଠାରୁ ପ୍ରତ୍ୟେହ ସୂର୍ଯ୍ୟପୂଜା, ନିତ୍ୟ ପୂଜା, ହନୁମାନ ଚାଳିଷା ପାଠ, ଯଜ୍ଞକର୍ମ, ଶ୍ରୀରାମ ଚରିତ ମାନସ ପଠନ, ମଙ୍ଗଳ ଆଳତୀ, ଗୀତଗୋବିନ୍ଦ ପାଠ, ନାମ ସଙ୍କୀର୍ତନ ଓ ଗୀତାପାଠ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଭଜନ ଓ ପ୍ରବଚନ ଆଦି ଅନୁÂିତ ହୋଇଥିଲା । ଏଥିରେ ପୂଜ୍ୟ ପୁରୋଧା ଭାବେ ବଳରାମ ପଣ୍ଡା ଯୋଗ ଦେଇଥିବା ବେଳେ ବ୍ୟାସ ମହାରାଜ ଭାବେ ଅନ୍ତର୍ଯ୍ୟାମୀ ଦାଶ ଯୋଗଦେଇ ଭକ୍ତ ମାନଙ୍କୁ ଶ୍ରୀରାମଙ୍କର ଦୁର୍ଲଭ ବାଣୀ ଶୁଣାଇଥିଲେ । ନବଦିନ ବ୍ୟାପି ଅନୁÂିତ ଏହି କାର୍ଯ୍ୟକ୍ରମ ଯୋଗୁ ସମଗ୍ର ଘଟଗାଁ ଅଂଚଳରେ ଏକ ରକମ ଭକ୍ତିମୟ ପରିବେଷ ସୃଷ୍ଟି ହେବା ସହ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ପବିତ୍ର କାର୍ଯ୍ୟକ୍ରମଟିକୁ ଘଟଗାଁ ଶ୍ରୀରାମ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ସୂଚାରୁ ରୁୁୁପେ ସମ୍ପାଦନ କରିଥିଲେ ।
Related Stories
November 24, 2024
November 24, 2024