-
ଆରଏମସି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ସୁନ୍ଦରଗଡ଼, ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଆରଏମସି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରିତ ବଜାର ପରିଷଦ (ଆରଏମସି) ସମ୍ପାଦକ ବନମାଳୀ ନାଏକଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ର ତାଳଶଙ୍କର ମୌଜା (କେନ୍ଦୁଆପଦା)ରେ ଦୁଇଟି ତିନି ମହଲା ଘରେ ଚାଲିଛି ଚଢ଼ଉ । ସେହିପରି ସୁନ୍ଦରଗଡ଼ର ତାଳଶଙ୍କର ମୌଜା (ଡେଙ୍ଗିଭାଡ଼ି)ରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ଼ର କିଞ୍ଜିରିକେଲା ସ୍ଥିତ ପୈତୃକ ଘର, ଲେଫ୍ରିପଡ଼ା ଅଂଚଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ଓ ଆରଏମସି କାର୍ଯ୍ୟାଳୟରେ ଏକ ସଙ୍ଗେ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୨ ଲକ୍ଷ ୯୭ ହଜାର ଟଙ୍କା ଓ ସୁନା ଜବତ କରିଛି ଭିଜିଲାନ୍ସ ।
ଏହି ଚଢ଼ଉରେ ୫ ଜଣ ଭିଜିଲାନ୍ସ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇ ସାମିଲ୍ ଅଛନ୍ତି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।