ବଲାଙ୍ଗୀର, ସ୍ଥାନୀୟ ଭଗବତୀ ନଗର ସ୍ଥିତ ଦିବ୍ୟ ଜୀବନ୍ ସଂଘର ଶିବାନନ୍ଦ ଆଶ୍ରମରେ ମାର୍ଚ ୨୬ ତାରିଖ ଠାରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ରାମଚରିତମାନସ ପାରାୟଣ ଦିନ ବେଳା ହେଉଥିବା ବେଳେ ପ୍ରତ୍ୟହ ୫.୩୦ ରୁ ୮.୩୦ ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ଓଡିଶାର ଉତ୍କଲ ମୀରା, ସୁନାବେଡ଼ାର କମଳ କ଼ୁମାରୀ ପାଣିଗ୍ରାହୀ ୯ ଦିନ ବ୍ୟାପୀ ପ୍ରବଚନ ମାଧ୍ୟମରେ ରାମକଥାର ବର୍ଣନା କରିଥିଲେ। ସଂଘର ସଭାପତି ରବିଚନ୍ଦ୍ର ଉଦ୍ଗାତା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କର୍ତ୍ତା ରୂପେ ରଘୁନାଥ ବାବୁ ଓ ତାଙ୍କର ଧର୍ମପତ୍ନୀ ପଙ୍କଜିନି ବାବୁ ପୂଜାବିଧି କରିଥିଲେ। କୋଷାଧ୍ୟକ୍ଷ ପ୍ରଭାତ ରଞ୍ଜନ ପାଣ୍ଡିଆ ଅର୍ଥ ବିଭାଗର ଦାୟିତ୍ଵ ନେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୋପଲ ନାୟକ, ଶଶିଭୂଷଣ ପୁରୋହିତ, ଶିବାନନ୍ଦ ଦାସ, ଯୋଗ ଗ୍ରୁପ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖାଦ୍ୟ ବିଭାଗ ନୂଆଧାନ ସାହୁ, ରବିନ୍ଦ୍ର ଭୋଇ, ରଶ୍ମୀ ରଞ୍ଜନ ବକ୍ସିଙ୍କ ସମେତ ଗୁରୁ ଭାଇ ଓ ଭଉଣୀମାନଙ୍କ ଉପସ୍ଥାନରେ ସୁଚାରୁ ରୂପେ ସମ୍ପାଦନ ହୋଇଥିବା ଦେଖିବାକୁ ମିଳିଛି। ପ୍ରତ୍ୟହ ଶହଶହ ସଂଖ୍ୟାରେ ଭକ୍ତ ମାନେ ଜ୍ଞାନ୍ ରସ ପାନ ସମେତ ପ୍ରଭୁ ଶ୍ରୀରାମଙ୍କ ନାମ ନେଇଥିଲେ।