
ବଲାଙ୍ଗୀର, ବଲାଙ୍ଗୀର ଜିଲା ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ ବନ୍ଦପଡା ବିଟ ର ଆମଘାଟ ଗ୍ରାମ ଠାରେ ରାତ୍ରି ପେଟ୍ରୋଲିଂ ବେଳେ ବନ ବିଭାଗ ୮ କୁଇଣ୍ଟାଲ ଖଇର ଜାଳ କାଠ ଜବତ କରିଥିବାବେଳେ ଅପରାଧୀ ପଳାୟନ କରିବାକୁ ସକ୍ଷମ ହୋଇଥିଲା। ଡେପୁଟି ରେଞ୍ଜର ଦିଲିପ ପଧାନ, ବନପାଳ ପ୍ରଫୁଲ୍ଲ ଜେନା, ଗଣେଶ ରାମ ସାହୁ, ବନରକ୍ଷୀ ସମେତ ପାଟଣାଗଡ଼ ପାରା ଜଙ୍ଗଲ ଦଳର ଜଙ୍ଗଲ ଦ୍ରବ୍ୟ ଚୋରା ରୋକିବା ଦିଗରେ ରେଞ୍ଜ କର୍ମଚାରୀମାନଙ୍କ କାମ ପ୍ରଶସଂନୀୟ।