
କନ୍ଧମାଳ, କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଜୋରିଘାଟି ବୁଲାଣି ଠାରେ ଭାରସାମ୍ୟ ହରାଇ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭରର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜରିଘାଟି ବୁଲାଣି ଠାରେ ଏକ ଛଡ ବୋଝେଇ ଟ୍ରକ ତୁମୁଡିବନ୍ଧ ପଟୁ ଆସି ତାମିଲନାଡୁ ଯାଉଥିଵା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଫଳରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି। ଗାଡ଼ିରେ ହେଲ୍ପର ମଧ୍ୟ ଥିଲା, କିନ୍ତୁ ହେଲ୍ପର ଗୁରୁତର ଆହତ ହୋଇଛି। ଗାଡି ଓଲଟିବା ଦେଖି ଜୋରିଘାଟି ଓ ପବନ ଗାଁ ଲୋକେ ସଙ୍ଗେ ସଙ୍ଗେ ସେଠାରେ ପହଁଚି ଗାଡି ଭିତରେ ଚାପି ହୋଇ ଡ୍ରାଇଭର ପ୍ରାଣ ହରାଇଥିବା ଦେଖିବାକୁ ପାଇଥିଲେ। ହେଲ୍ପର ଗୁରୁତର ଆହତ ହୋଇଥିବାରୁ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସ ଡାକି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଖବର ପାଇ ତୁମୁଡିବନ୍ଧ ଥାନା ଅଧିକାରୀ ଜୟନ୍ତ କୁମାର ସେଠି ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଛଡ ବୋଝେଇ ଗାଡ଼ିରୁ ଛଡ ଓଲ୍ଲାଇ ମୃତ ଡ୍ରାଇଭରର ଶବକୁ ତୁମୁଡିବନ୍ଧ ଡାକ୍ତରଖାନାକୁ ନେଇଥିଲେ।