ଭୁବନେଶ୍ୱର- କ୍ୟାପିଟାଲ୍ ହସ୍ପିଟାଲରେ ହାର୍ଟ ସର୍ଜରୀ ବିଭାଗ ଆସନ୍ତା ୨୦୨୦ ଜାନୁଆରୀ ମାସ ୧୫ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଏହି ମର୍ମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁÂିତ ହୋଇଥିଲା ।
ବୈଠକରୁ ଜଣାପଡ଼ିଛି ଯେ ସାଧାରଣ ଲୋକଙ୍କୁ ଉନ୍ନତ ମାନର ହାର୍ଟ କେୟାର ସୁବିଧା ଯୋଗାଇଦେବା ପାଇଁ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ସରକାରୀ ବିଧିବ୍ୟବସ୍ଥାରେ ବ୍ୟାପକ ପରିବତ ର୍ନ ଘଟିଛି । ଏହା ସହିତ ୧୫ ଜଣ ନର୍ସଙ୍କୁ ଅଇ.ସି.ୟୁ ମ୍ୟାନେଜ୍ମେଂଟ ଟ୍ରେନିଙ୍ଗ୍ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ ଶଯ୍ୟା ବିଶିଷ୍ଟ କାର୍ଡିଆକ୍ କେୟାର ୟୁନିଟ୍ ଆରମ୍ଭ କରିବାକୁ ସରକାର ଯୋଜନା କରିଥିବାବେଳେ ସେଥି ମଧ୍ୟରୁ ୧୫ଟି ପୁରୁଷ ରୋଗୀ ଓ ଅନ୍ୟ ୧୫ଟି ମହିଳା ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ହେବ ।
ଏହା ସହିତ ୧୦ ଜଣ ହାଉସ୍କିପିଙ୍ଗ୍ ଷ୍ଟାଫ୍ଙ୍କ ସହ କ୍ୟାଥ୍ଲ୍ୟାବ୍, ଇସିଜି, ଇକୋ, ଟିଏମ୍ଟି ଟେକ୍ନିସିଆନ୍ ନିଯୁକ୍ତି ଦେବା ପାଇଁ ସରକାର ସ୍ଥିର କରିଛନ୍ତି । ଏହା ସହିତ ସଂକ୍ରମଣ ରୋକିବା ପାଇଁ ଷ୍ଟେରିଲାଇଜେସନ୍ ଉପରେ ଧ୍ୟାନ ଦେଉଛନ୍ତି । ଏହି ଅବସରରେ ଡିଏମ୍ଇଟିଙ୍କୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଉଚ୍ଚ ମାନର ହାର୍ଟ କେୟାର ୟୁନିଟ୍ ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସରକାରଙ୍କୁ ଖୁବ୍ ଶୀଘ୍ର ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ୍ ନିଦେ୍ର୍ଧଶ ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ସତ୍ୟସାଇ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହାୟର ମେଡିକାଲ୍ ସାଇନ୍ସ, ବେଙ୍ଗାଲୁରୁ ଓ ପୁଟ୍ଟପୂର୍ତି ଉଭୟ ହସ୍ପିଟାଲ୍ର କାର୍ଡିଆକ୍ ସାଇନ୍ସେସ୍ ବିଭାଗର ଅଧ୍ୟକ୍ଷ ଡା. ପ୍ରଭାତ କୁମାର ଦାସ ଏହି ଅବସରରେ ହାର୍ଟ କେୟାର ୟୁନିଟ୍କୁ ଆସନ୍ତା ଜାନୁଅ ।ରୀ ୧୫ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଡା. ଦାସ ହାର୍ଟ ଲଙ୍ଗ୍ ମେସିନ୍ ସହ ନୂଆ କ୍ୟାଥ୍ ଲ୍ୟାବ୍ ଅସ୍ତେ୍ରାପ·ର ପାଇଁ ଆବଶ୍ୟକ ଅନ୍ୟାନ୍ୟ ସରଞ୍ଜାମ ଖୁବ୍ ଶୀଘ୍ର ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ବିଷୟରେ ମତଦେଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ସମସ୍ତ ବ୍ୟବସ୍ଥାକୁ ସୁରୁଖୁରୁରେ ସଂ·ଳନ ପାଇଁ ସରକାର ଏକ କର୍ପସ ଫଣ୍ଡ ଗଠନ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଧା, ଡିଏମ୍ଇଟି ଶ୍ରୀ ସିବିକେ ମହାନ୍ତି, କ୍ୟାପିଟାଲ୍ ହସ୍ପିଟାଲ୍ର ସୁପରିଟେଣ୍ଡେଂଟ ଅଶୋକ କୁମାର ପଟ୍ଟନାୟକ ଓ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024