-
କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଦେଲେ ସୂଚନା
ଭୁବନେଶ୍ୱର,୨୦ ନମ୍ବର ଜାତୀୟ ରାଜପଥ ଓ ୩୨୬ ନମ୍ବର ଜାତୀୟ ରାଜପଥର କିଛି ଅଂଶର ପ୍ରଶସ୍ତିକରଣ ଓ ସୁଦୃଢିକରଣକୁ ମଂଜୁରୀ ଦିଆ ଯିବା ସହ ଏଥି ପାଇଁ ବଜେଟକୁ ଅନୁମୋଦନ ଦିଆ ଯାଇଛି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟର ୨୦ ନମ୍ବର ଜାତୀୟ ରାଜପଥ କୁଆଖିଆ-ମଙ୍ଗଳପୁର ଖଣ୍ତ ର ୪ ଲେନ୍/ ୨ ଲେନ୍ ରାସ୍ତା ପ୍ରଶସ୍ତୀକରଣ ଓ ସୁଦୃଢିକରଣ (ଭୂମି ଅଧିଗ୍ରହଣ ସମେତ) ପାଇଁ ୬୩୬.୧୦ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେହିପରି ସେ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ – ରାଜ୍ୟର ୩୨୬ ନମ୍ବର ଜାତୀୟ ରାଜପଥ ଧୌଗଔ ରୁ ପୋଦମାରୀ ଖଣ୍ତ ର ୨ ଲେନ ରାସ୍ତା ପ୍ରଶସ୍ତୀକରଣ ପାଇଁ ୧୮୬.୫୨ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି ।