
ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତୁର୍କମେନିସ୍ତାନ ଏବଂ ନେଦରଲାଣ୍ଡ ଗସ୍ତରେ ଆସିବେ । ଏହି ସମୟ ମଧ୍ୟରେ ସେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ସେଠାରେ ନେତୃତ୍ୱ ସହିତ ଆଲୋଚନା କରିବେ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପଶ୍ଚିମ) ସଂଜୟ ବର୍ମା କହିଛନ୍ତି ଯେ, ଏପ୍ରିଲ ୧ରୁ ୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ତୁର୍କମେନିସ୍ତାନ ଏବଂ ଏପ୍ରିଲ ୪ରୁ ୭ ପର୍ଯ୍ୟନ୍ତ ନେଦରଲାଣ୍ଡ ଗସ୍ତ କରିବେ । ଭାରତର ରାଷ୍ଟ୍ରପତିଙ୍କ ତୁର୍କମେନିସ୍ତାନକୁ ଏହା ପ୍ରଥମ ଗସ୍ତ ହେବ । ତୁର୍କମେନିସ୍ତାନରେ ନୂତନ ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପରେ ରାଷ୍ଟ୍ରପତିଙ୍କ ଗସ୍ତ ହେଉଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରତିନିଧିତ୍ୱରେ କେନ୍ଦ୍ରମନ୍ତ୍ରୀ ଏଲ ମୁର୍ଗାନ ଏବଂ ସଂସଦର ସଦସ୍ୟ ଦିଳ୍ଲୀପ ଘୋଷ ସାମିଲ ହେବେ ।