ଭୁବନେଶ୍ୱର, ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୈାରବ ମଧୁସୂଦନ ଦାସ, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଓ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ପକ୍ଷରୁ ରାଜଧାନୀରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇ ଯାଇଛି । ମାଲ୍ୟାର୍ପଣ ସଭାରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାରେ ସଭାପତିତ୍ୱ କରି ରାଜ୍ୟ ଗଠନରେ ସହାୟତା କରିଥିବା ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ନିମାଇଁ ଚରଣ ଦାସ ଓ ନିରଞ୍ଜନ ଦାଶ, ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି ଓ ସୁବ୍ରତ ମହାପାତ୍ର, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧୀ, ଯୁଗ୍ମ-ସମ୍ପାଦକ ସିଧାର୍ଥ ଶଙ୍କର ଗଡନାୟକ ପ୍ରମୁଖ ଯୋଗ ଦେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।
Related Stories
November 23, 2024