ଭୁବନେଶ୍ୱର – ରାଜ୍ୟର ୫ଟି ନଦୀର କେତେକ ସ୍ଥାନରେ ଜଳପତନ ବୃଦ୍ଧି ପାଉଥିଲା ବେଳେ ଅନ୍ୟ ୫ଟି ନଦୀର ଜଳ ପତନ ସ୍ଥିର ରହିଥିବା ଜଣାପଡ଼ିଛି । ଏହା ବ୍ୟତୀତ ଆଉ ୫ଟି ନଦୀର ଜଳପତନ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଦେବୀ ନଦୀ ଆଳି ପିଙ୍ଗଳଠାରେ ବିପଦ ସଂକେତ ପାଖାପାଖି ହୋଇଥିଲା ବେଳେ କୁଶଭଦ୍ରା ନଦୀ ନିମାପଡ଼ା, ବ୍ରାହ୍ମଣୀ ଜେନାପୁର, ସୁବର୍ଣ୍ଣରେଖା ରାଜଘାଟ, ବଂଶଧାରା ଗୁଣୁପୁର ଠାରେ ଜଳସ୍ତର ବିପଦସଂକେତ ନିକଟସ୍ଥ ହୋଇଛି । ମହାନଦୀ ନରାଜଠାରେ ସ୍ଥିର ରହିଛି । ଏହାର ବିପଦ ସଂକେତ ୨୬.୪୧ ମିଟର ଥିଲା ବେଳେ ଆଜି ସଂଧ୍ୟା ୬ଟା ସୁଦ୍ଧା ଏହାର ଜଳପତନ ସେଠାରେ ୨୬.୩୧ ମିଟରରେ ରହିଛି । ସତର୍କ ସ୍ତର ଉପରେ ପ୍ରବାହିତ ହେଉଛି । ସତର୍କ ସ୍ତର ହେଉଛି ୨୫.୪୧ ମିଟର । ଇବ୍ ନଦୀ ସୁନ୍ଦରଗଡ଼ଠାରେ ବିପଦ ସଂକେତ ୨୨୨ ମିଟର, ସତର୍କ ସ୍ତର ୨୨୧.୭୦ ମିଟର ରହିଥିଲା ବେଳେ ଏହାର ଜଳପତନ ସନ୍ଧ୍ୟା ୬ଟାରେ ୨୧୭.୩୦ ମିଟରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗର ଜାତୀୟ ରାଜପଥରେ ବିପଦ ସଂକେତ ୮.୧୩ ମିଟର ଏବଂ ସତର୍କ ସଂକେତ ୭.୨୧ ମିଟର ଥିଲା ବେଳେ ବର୍ତମାନ ୪.୯୪ ମିଟରରେ ରହିଛି । ଋଷିକୂଲ୍ୟା ନଦୀର ଜଳପତନ ପୁରୁଷୋତମପୁରଠାରେ ବିପଦ ସଂକେତ ୧୬.୮୩ ମିଟର ରହିଥିଲା ବେଳେ ସତର୍କ ସଂକେତ ୧୫.୮୩ ମିଟର ରହିଛି । ତେବେ ବର୍ତମାନ ୧୩.୭୦ ମିଟରରେ ଜଳସ୍ତର ରହିଛି । ବ୍ରାହ୍ମଣୀ ନଦୀ ଆନନ୍ଦପୁରଠାରେ ବିପଦ ସଂକେତ ୩୮.୩୬ ମିଟର ରହିଥିଲା ବେଳେ ସତର୍କ ସଂକେତ ୩୭.୪୫ ମିଟରରେ ରହିଛି । ରିପୋଟିଂ ସମୟରେ ଏହାର ଜଳପତନ ୩୫.୫ ମିଟରରେ ପ୍ରବାହିତ ହେଉଥିଲା । ଏହି ନଦୀର ଜଳପତନ ଆଖୁଆପଦାଠାରେ ବିପଦସଂକେତ ୧୭.୮୩ ମିଟର ରହିଥିଲା ବେଳେ ସତର୍କ ସଂକେତ ୧୭.୩୩ ମିଟର ରହିଛି । ସଂଧ୍ୟା ୬ଟାରେ ଏହି ନଦୀର ଜଳସ୍ତର ୧୭.୨୮ ମିଟରରେ ରହିଥିଲା । ବୁଢ଼ାବଳଙ୍ଗ ଜାମଶୋଳାଘାଟଠାରେ ୩୯.୧୫ ମିଟର ବିପଦ ସଂକେତ ରହିଥିଲା ବେଳେ ସତର୍କ ସ୍ତର ୪୮.୩୨ ମିଟର ରହିଛି । ସନ୍ଧ୍ୟା ୬ଟାରେ ଏହି ନଦୀର ଜଳପତନ ୪୫.୫୬ ମିଟର ରହିଥିଲା । ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୫ ମିଟର ଥିଲା ବେଳେ ସତର୍କ ସଂକେତ ୪୮.୩୨ ମିଟର ରହିଛି । ସଂଧ୍ୟା ୬ ଟାରେ ୪୫.୫୬ ମିଟରରେ ପ୍ରବାହିତ ହେଉଛି । ବଂଶାଧାରା କାଶୀନଗରଠାରେ ବିପଦ ସଂକେତ ୫୪.୬୦ ଓ ସତର୍କ ସ୍ତର ୫୩.୬୦ ମିଟରରେ ଥିଲା ବେଳେ ସଂଧ୍ୟାରେଏହାର ଜଳପତନ ୫୩.୭୩ ମିଟର ରହିଛି । ଯାହାକି ସତର୍କ ସ୍ତର ଉପରେ ପ୍ରବାହିତ ହେଉଛି । ଜଳକା ମଥାନୀଠାରେ ବିପଦସଂକେତ ୫.୫୦ ମିଟର ଥିଲା ବେଳେ ସଂଧ୍ୟାରେ ୪.୪୪ ମିଟରରେ ରହିଛି । ଏହା ହ୍ରାସ ପାଇବା ଆରମ୍ଭ କରିଛି ।
Related Stories
November 22, 2024