-
କଂଗ୍ରେସ ବିଧାୟକ ମାନେ କହିଲେ ଦର କମ କରିବା ସହ ରାଜ୍ୟ ସରକାର କମ କରନ୍ତୁ ଭ୍ୟାଟ
ଭୁବନେଶ୍ୱର , ଗତ ଦଶ ଦିନ ମଧ୍ୟରେ ୯ ଥର ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧି ହୋଇଥିବା କାରଣରୁ ଉପଭୋକ୍ତା ମାନଙ୍କୁ ଏହା ଅସହ୍ୟ ହେଲାଣି । ସେହିପରି ରନ୍ଧନ ଗ୍ୟାସର ମୂଲ୍ୟରେ ଲଗାତାର ବୃଦ୍ଧି ମଧ୍ୟ ପରିବାରର ଆର୍ଥିକ ସନ୍ତୁଳନକୁ ବିଗାଡି ସାରିଲାଣି । ତେଣୁ ଏଭଳି ପରିସ୍ଥି୍ିତିରେ କେନ୍ଦ୍ ସରକାର କରିଥିବା ବୃଦ୍ଧିକୁ ପ୍ରତ୍ୟାହାର କରିବା ସହ ରାଜ୍ୟ ସରକାର ମଧ୍ୟ ଉପଭୋକ୍ତାଙ୍କ ଉପରେ ଲଗାଇଥିବା ଭ୍ୟାଟକୁ ହ୍ରାସ କରନ୍ତୁ ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ମାନେ ଦାବି କରିଥିୁଲେ ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ନିୟମିତ ଦର ବୃଦ୍ଧି ଲୋକ ମାନଙ୍କୁ ବାଧୁଛି । ଲଗାତାର ଭାବେ ଏହାର ମୂଲ୍ୟ ବଢିବାରେ ଲାଗିଛି । ତେଣୁ ଏହି ମାମଲାରେ ହସ୍ତକ୍ଷେପ କରି ଏଗୁଡିକର ମୂଲ୍ୟକୁ ନିୟନ୍ତ୍ରଣ କରା ଯିବାର ଆବଶ୍ୟକତା ରହିଛି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଲେ ଡିଜେଲର ଦାମ ବଢିଲେ ଅନ୍ୟ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବଢିବା ନିଶ୍ଚିତ । ନିର୍ବାଚନ ଯାଏ ପେଟ୍ରୋଲିୟମ ଉତ୍ପାଦର ଦରଦାମ ନିୟନ୍ତ୍ରଣରେ ଥିଲା । ଏବେ ପୁଣି ଥରେ ଏହା ନିୟନ୍ତ୍ରଣ ବାହାରେ ହୋଇ ଯାଇଛି । ଏହା ସାଧାରଣ ଲୋକ ମାନଙ୍କୁ ପ୍ରବଳ ବାଧୁଛି ।
ସେ କହିଛନ୍ତି ରାଜ୍ୟ ସରକାର ମଧ୍ୟ ଏଥିରୁ ପ୍ରବଳ ରାଜସ୍ୱ ନେଉଛନ୍ତି । ଜଣେ ଉପଭୋକ୍ତା ଗୋଟିଏ ଲିଟର ପେଟ୍ରୋଲ କିଣିଲେ ସେ ଦେଉଥିବା ଅର୍ଥରୁ ୨୮ ଟଙ୍କା ଭ୍ୟାଟ ଅ।।କରରେ ନେଉଛନ୍ତି । ସେହିପରି ଡିଜେଲରେ ମଧ୍ୟ ୨୪ ପ୍ରତିଶତ ଭ୍ୟାଟ ରାଜ୍ୟ ସରକାର ନେଉଛନ୍ତି । କେନ୍ଦ୍ର ସରକାର ତାଙ୍କର ମୃଲ୍ୟବୃଦ୍ଧି ପ୍ରତ୍ୟାହାର କରିବା ସହ ରାଜ୍ୟ ସରକାର ମଧ୍ୟ ଭ୍ୟାଟ କମ କରନ୍ତୁ ବୋଲି ସେ କହିଥିଲେ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଶୁନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଥିଲେ ।