ଭୁବନେଶ୍ୱର , ଗତ ଦୁଇ ବର୍ଷ ମଧ୍ୟରେ ସାନ୍ତାଳୀ ପିଲା ମାନଙ୍କୁ ସାନ୍ତାଳୀ ଭାଷାରେ ପାଠ୍ୟ ପୁସ୍ତକ ବଂଟନ କରା ଯାଇ ନାହିଁ । ଏହାକୁ ନେଇ ଗୁରୁବାର ବିଧାୟକ ନବଚରଣ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ସାନ୍ତାଳୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ ଛପା ଯାଇ ନାହିଁ । ସେମାନଙ୍କ ପାଇଁ ପାଠ୍ୟ ପୁସ୍ତକ ବଂଟନ ମଧ୍ୟ କରା ଯାଇ ନାହିଁ । ଏହା ଉପରେ ଦୃଷ୍ଟି ଦେବାକୁ ସେ ଦାବି କରିଥିଲେ ।
Related Stories
November 24, 2024