ଭୁବନେଶ୍ୱର ,ବିରୋଧୀ ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଗୁରୁବାର ଦିନ ବିଧାନସଭାରେ କହିଛନ୍ତି ଯେ ରାଜ୍ୟର ୨୭ ଜଣ ଜନ ପ୍ରତିନିଧି ମାଫିଆ ମାନଙ୍କର ଟାର୍ଗେଟରେ ଅଛନ୍ତି । ତେଣୁ ସେମାନଙ୍କୁ ଅବିଳମ୍ବେ ସୁରକ୍ଷା ପ୍ରଦାନ କରା ଯାଉ ।
ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ରାଜ୍ୟରେ ଖଣିଜ ପଦାର୍ଥ, ବାଲି ପରି ଲଘୁ ଖଣିଜର ବ୍ୟାପକ ଭାବେ ଲୁଟ ଚାଲିଛି । ସରକାରୀ ଅଧିକାରୀ ଓ ମାଫିଆ ମାନଙ୍କର ମଧୁଚନ୍ଦ୍ରିକାରେ ଏହି ଲୂଟ ଚାଲିଛି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏହାକୁ ରୋକିବାକୁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉ ନାହିଁ । ଏହାକୁ ବିରୋଧ କରୁଥିବା ଜନ ପ୍ରତିନିଧି ମାନେ ଏବେ ମାଫିଆ ମାନଙ୍କର ଟାର୍ଗେଟରେ ଅଛନ୍ତି । ଏଭଳି ପରିସ୍ଥିତିରେ ଜନ ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ବାଚସ୍ପତିଙ୍କ ଦାୟିତ୍ୱ । ଏହି ଜନ ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରା ଯିବା ସହ ଲୁଟରେ ସାମିଲ ଥିବା ମାଫିଆ ଓ ସରକାରୀ ଅଧିକାରୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।