ଭୁବନେଶ୍ୱର ,କୋବିଡର ପ୍ରଭାବ କମି ଗଲାଣି । ହେଲେ ମଧ୍ୟ କୋବିଡ ନାମରେ ସାମ୍ବାଦିକ ମାନଙ୍କୁ ସେମାନଙ୍କର କାମ କରିବାକୁ ସୁଯୋଗ ଦିଆ ଯାଉ ନାହିଁ । ସେମାନଙ୍କୁ ଲୋକସେବା ଭବନ ଓ ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ଦିଆ ଯାଉ ନାହିାଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ କହିବା ସହ ସେମାନଙ୍କୁ ତାଙ୍କ କାମ କରିବାରେ ସହଯୋଗ କରିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଏହି ବିଧାୟକ ମାନେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ଗଣତନ୍ତ୍ର ଠିକ ଭାବେ କାମ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ହେଲେ ଦେଖା ଯାଉଛି ଯେ କୋବିଡ ଆଳରେ ସାମ୍ବାଦିକ ମାନଙ୍କୁ ସେମାନଙ୍କର କାମ କରିବାକୁ ଦିଆ ଯାଉ ନାହିଁ । ସେମାନଙ୍କର ସଚିବାଳୟ ଓ ବିଧାନସଭା ମଧ୍ୟକୁ ପ୍ରବେଶକୁ ଅନୁମତି ଦିଆ ଯାଉ ନାହିଁ । ଏହି କାରଣରୁ ସେମାନେ ତାଙ୍କର କାମକୁ ସଠିକ ଭାବେ କରି ପାରୁ ନାହାନ୍ତି । ବର୍ତମାନ କୋବିଡରପ୍ରକୋପ କମିଲାଣି । ସଭା ସମିତିକୁ ଅନୁମତି ଦିଆ ଗଲାଣି । ଏଭଳି ପରିସ୍ଥ୍ତିରେ ସାମ୍ବାଦିକ ମାନଙ୍କ ପାଇଁ ରହିଥିବା କଟକଣାକୁ ହଟାଇ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହମ ମାଝୀ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ
ପତି ଓ ସୁରେଶ ରାଉତରାୟ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ସାମ୍ବାଦିକ ମାନଙ୍କର ଉପରେ ଲଗା ଯାଇଥିବା କଟକଣାକୁ ଉଠାଇବାକୁ ଦାବି କରିଥିଲେ ।