ମାଲକାନଗିରି, ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଂଚଳର ଯନ୍ତ୍ରୀ ଠାରେ ଆଜି ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଛି । ଏହାକୁ ମିଶାଇ ସ୍ଵାଭିମାନ ଅଂଚଳରେ ଅଦ୍ୟାବଧି ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ସ୍ଵାଭିମାନ ଅଂଚଳ ଏକଦା ମାଓବାଦୀଙ୍କ ଲାଲ୍ କରିଡ଼ର ଭାବେ ପରିଚିତ ଥିଲା । ଏଠାରେ ଆନ୍ଧ୍ରପ୍ରଦେଶ ମାଓବାଦୀଙ୍କ ଦବଦବା ରହିବା ସହ ବିଭିନ୍ନ ଆକ୍ରମଣ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଉଥିଲା । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ଵାଭିମାନ ଅଂଚଳର ବିଭିନ୍ନ ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ବିଏସଏଫ କ୍ୟାମ୍ପ ହେବା ଦ୍ଵାରା ସମ୍ପୃକ୍ତ ଅଂଚଳରେ ମାଓ ହିଂସା କମିଛି ଓ ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା ବଢିବାରେ ଲାଗିଛି ।