ମାଲକାନଗିରି, ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୨୧ / ୨୦୨୨ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ମାଲକାନଗିରି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୨୮ଟି ସ୍ଵାସ୍ଥ୍ୟକେନ୍ଦ୍ର ପୁରସ୍କୃତ ହୋଇଛନ୍ତି । ସର୍ବଶ୍ରେଷ୍ଠ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ସ୍ଥାନରେ ରହିବା ସହ ୫୦ ଲକ୍ଷ ଟଙ୍କା ପୁରସ୍କାର ଲାଭ କରିଛି । କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୫ ଲକ୍ଷ ଟଙ୍କା ପୁରସ୍କାର ସ୍ଵରୂପ ପ୍ରଦାନ କରାଯାଇଛି । ସେହିପରି ପାଣ୍ଡ୍ରିପାଣି, ଖଇରପୁଟ, କାଲିମେଳା, ପଡ଼ିଆ, ମାଥୁଲି ଏବଂ ଚିତ୍ରକୋଣ୍ଡା ସ୍ଵାସ୍ଥ୍ୟକେନ୍ଦ୍ର ଲକ୍ଷେ ଟଙ୍କା ଲେଖାଏଁ ପାଇଥିବାବେଳେ ଏମଭି – ୭୯ ସ୍ଵାସ୍ଥ୍ୟକେନ୍ଦ୍ରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । କାୟାକଳ୍ପ ପୁରସ୍କାର ଅନ୍ତର୍ଭୁକ୍ତ ହୋଇଥିବା କିଛି ଉପ –ସ୍ଵାସ୍ଥ୍ୟକେନ୍ଦ୍ରକୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସ୍ଵାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ, ସ୍ଵାସ୍ଥ୍ୟ ଏବଂ ପରିମଳ, ସହାୟକ ସେବା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ଏବଂ ପ୍ରକୃତି ମିତ୍ର ଆଦି ୮ଟି ମାନଦଣ୍ଡ ଆଧାରରେ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧ୍ଵକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Related Stories
November 23, 2024