ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ କୃଷିବାଡା ଗ୍ରାମରେ ଦେବସେନାର ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ମାଲକାନଗିରି ନଗର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଅଞ୍ଚଳରେ ସଚେତନତା ଧର୍ମି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଜିଲ୍ଲା ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ନଗର ଅଧ୍ୟକ୍ଷ ଚୈତନ୍ୟ କର୍ମାକାର, ନଗର ମହିଳା ପ୍ରକୋଷ୍ଠ ଅଧ୍ୟକ୍ଷା ସସ୍ମିତା ରାୟ, ନଗର ଉପାଧ୍ୟକ୍ଷ କିଶାନ ଦୁଆରୀ, ଗୋରକ୍ଷା ପ୍ରକୋଷ୍ଠର ଜିଲ୍ଲା ଅଧ୍ୟକ୍ଷ ରାମକୃଷ୍ଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକରେ ପ୍ରଦେଶ ଅଧ୍ୟକ୍ଷ ବଡ଼ଭାଇ ଘେନୁରାମ ମଙ୍ଗରାଜ ଅଧ୍ୟକ୍ଷତା କରି ସ୍ବଧର୍ମ ପ୍ରତି ସମର୍ପିତ ଓ ଆନୁଗତ୍ୟ ପ୍ରକାଶ କରିବା ସହିତ ଆଗାମୀ ହିନ୍ଦୁ ନବବର୍ଷକୁ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ନିଜ ଧର୍ମରେ ଅଟଳ ରହି ଧର୍ମାନ୍ତରିକରଣକୁ ବିରୋଧ କରିବା ପାଇଁ ଗ୍ରାମବାସୀ ମାନଙ୍କୁ ନିବେଦନ କରିଛନ୍ତି।
ବୈଠକର ପ୍ରାରମ୍ଭ ରେ ଓଁ କାର ଉଚ୍ଚାରଣ କରି ଏକ ପବିତ୍ର ବାତାବରଣ ସୃଷ୍ଟି କରାଯାଇଥିଲା । ବୈଠକର ପରି ସମାପ୍ତି ପରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସନ୍ଧ୍ୟା ଭୋଜନ କରି ଆଗାମୀ ଦିନରେ ପୁନଃ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଭରଷା ଓ ପ୍ରତିଶୃତି ଦେଇ ମାଲକାନଗିରି ଜିଲ୍ଲାର ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ତପନ ସାନା ଭାଇଙ୍କ ସହଯୋଗରେ ସଦର ଅଭିମୁଖେ ଯାତ୍ରା କରିଥିଲେ । ଏହି ବୈଠକକୁ ସଫଳ କରିବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରିଥିବା ସସ୍ମିତା ରାୟ ଓ ରାମକୃଷ୍ଣଙ୍କୁ ଦେବସେନା ଓଡ଼ିଶା ପ୍ରଦେଶ ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।