ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ମାଲକାନଗିରି ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଠାରେ ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଆନୁଷ୍ଠା ନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରେମରେଖା ଭତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ତେଡକ୍ରସର ଆବାହକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ, ଜାତୀୟ ସେବା ସଂସ୍ଥାର ଜିଲ୍ଲା ଯୋଜନା ଅଧିକାରୀ ନମିତା ଦଣ୍ଡସେନା, ଅଧ୍ୟାପକ ଗୋକୁଳାନନ୍ଦ ପାତ୍ର ଯୋଗଦେଇ ମହିଳାମାନଙ୍କ ବିଭିନ୍ନ ଆଇନ ଥିବା ବେଳେ ସେମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥି ବାରୁ ନାରୀମାନେ ସଶକ୍ତ ହୋଇ ଆତ୍ମରକ୍ଷା କୌଶଳ ଶିକ୍ଷା ଗ୍ରହଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏଥିସହ ଏହି କୌଶଳକୁ ସତମାର୍ଗରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ୪ ଜଣ ମାଷ୍ଟ୍ରର ଟ୍ରେନର ଯୋଗ ଦେଇ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ମହାବିଦ୍ୟାଳୟର ଅନେକ ଛାତ୍ରୀ ଉତ୍ସାହର ସହ ଭାଗ ନେଇଥିଲେ । ଶେଷରେ ଅଧ୍ୟାପକ ପ୍ରମେୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।