ମାଲକାନଗିରି, ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଗ୍ରାମରେ ଚାଲିଥିବା ମାଉଲି ମା ଠାକୁରାଣୀ ଯାତ୍ରାରେ ଚିକେନ ପକୋଡ଼ା ଖାଇ ଖଇରପୁଟ ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଓ କୁଡୁମୁଲୁଗୁମ୍ମା ଗ୍ରାମର ୭ ଜଣ ଅସୁସ୍ଥ ହୋଇଛନ୍ତି । ଚିକେନ ପକୋଡ଼ା ଖାଇବା ପରେ ଝାଡ଼ାବାନ୍ତି ହେବାରୁ ସମସ୍ତଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତ କରାଯାଇଛି ।
ସୂଚନା ଅନୁଯାୟୀ , ସିନ୍ଧିଗୁଡ଼ା ଓ କୁଡୁମୁଲୁଗୁମ୍ମା ଗ୍ରାମର କିଛି ଜଣ କୋରୁକୋଣ୍ଡା ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରାରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରୁ କିଛି ଜଣ ଚିକେନ୍ ପକୋଡ଼ା ଖାଇଥିଲେ । ଏଥିସହ ନିଜ ଘରକୁ ଚିକେନ ପକୋଡ଼ା ନେଇ ପିଲାଙ୍କୁ ଖାଇବାକୁ ଦେଇଥିଲେ । ତେବେ ଚିକେନ ପକୋଡ଼ା ଖାଇବା ପରେ ଝାଡ଼ାବାନ୍ତି ହେବା ସହ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉଭୟ ଗ୍ରାମର ୭ଜଣଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।