
ମାଲକାନଗିରି, ମାଲକାନଗିରି ସଦର ମହକୁମା ସ୍ଥିତ ସଂସ୍କୃତି ଭବନ ପରିସରରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ଲୋପ ପାଇଁ ସଚେତନତା କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ବାଲ୍ୟବିବାହ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପକାଉଛି । ବାଲ୍ୟବିବାହ କରିଥିବା ସ୍ବାମୀ ସ୍ତ୍ରୀ ରକ୍ତହୀନତା ସହ ଅନ୍ୟାନ୍ୟ ରୋଗରେ ପୀଡିତ ହେଉଛନ୍ତି। ସେମାନଙ୍କ ସନ୍ତାନସନ୍ତତିମାନେ ମଧ୍ୟ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି। ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏହି ବାଲ୍ୟବିବାହ ପ୍ରଥା ମାଲକାନଗିରି ଜିଲ୍ଲାରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହାକୁ ରୋକିବା ଦିଗରେ ବ୍ୟାପକ ଜନସଚେନତାର ଆବଶ୍ୟକତା ମୁଖ୍ୟ ଅଭ୍ୟୁଥ୍ ଭାବେ ନବନିର୍ବାଚିତ ଜିଲା ପରିଷଦ ଅଧ୍ୟକ୍ଷା ସମାରୁ ତାଙ୍ଗୁଲ, ବିଧାୟକ ଆଦିତ୍ୟ ମାଢି, ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ଉପଜିଲାପାଳ ଅକ୍ଷୟ ଖେମୁଡୁ , ଜିଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ୍ତ, ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ ନନ୍ଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଜିଲାରୁ ବାଲ୍ୟବିବାହ ରୋକିବା ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଏନେଇ ୫୦ ଦିନିଆ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ବିଧାୟକ, ସମସ୍ତ ୱାର୍ଡମେମ୍ବର, ସମିତିସଭ୍ୟ, ସରପଞ୍ଚ, ଜିଲା ପରିଷଦ ସଦସ୍ୟ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ପ୍ରଶାସନକୁ ସହଯୋଗ କଲେ ବାଲ୍ୟବିବାହ ପ୍ରଥା ଉପରେ ରୋକ ଲାଗିପାରିବ ବୋଲିମତ ପ୍ରକାଶ ପାଇଥିଲା ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସଚେତନତା ସୃଷ୍ଟି ନେଇ ଜିଲା ପ୍ରଶାସନ ପକ୍ଷରୁ ଏବେ ପ୍ରୟାସ ଆରମ୍ଭ ହୋଇଛି ।