ନୂଆପଡ଼ା, ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃଦ୍ଧାଙ୍କ ନାମ ମାଏଲି ରଣା ବୋଲି ଜଣାପଡିଛି । ନୂଆପଡ଼ା ଜିଲ୍ଲା ନୂଆମୁଣ୍ଡା ଜଙ୍ଗଲରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ସକାଳ ସମୟରେ ମହୁଲ ସଂଗ୍ରହ କରିବାକୁ ଯାଇଥିଲେ ମାଏଲି । ହଠାତ୍ ଜଙ୍ଗଲରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତେବେ ଦୁଇଟି କୁକୁରଙ୍କ ପାଇଁ ବଞ୍ଚିଗଲା ବୃଦ୍ଧାଙ୍କ ଜୀବନ । କୁକୁର ରଡ଼ି ଶୁଣି ଜଙ୍ଗଲମୁହାଁ ହୋଇଥିଲା ଭାଲୁ । ତେବେ ଜଙ୍ଗଲ ଭିତରକୁ ଆମ୍ବୁଲାନ୍ସ ଯାଇପାରିନଥିଲା । ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଦୀର୍ଘ ୧କିମି ଷ୍ଟ୍ରେଚରରେ ବୃଦ୍ଧାଙ୍କୁ ବୋହି ଆଣିଥିଲେ । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।