
ଘସିପୁରା, ପୂର୍ବ ଶତ୍ରୁତାରୁ ଜଣେ ଵ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ ଫଳରେ ସେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇ ଥିବା ଜଣାପଡିଛି। ସୂଚନାରୁ ଜଣାଯାଏ, ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗ୍ରାମର କାଠିଆ ମଢେଇ (୭୦) ନିଜ ଜମିରେ ଥିବା ମହୁଲଗଛରୁ ମହୁଲତୋଳୁଥିବା ସମୟରେ ଉକ୍ତ ଗ୍ରାମରେ ଘରଜୋଇଁଆ ଥିବା ନାରଦା ଗ୍ରାମର ଅଇବନ ଦାସ ଏକ ଟାଙ୍ଗିଆରେ ଚୋଟ ମାରିବା ସହିତ କାଠିଆ ମଢେଇ ନିକଟରେ ଥିବା ତୀର ଗୁଡିକ ଛଡାଇ ନେଇ କାଠିଆକୁ ତୀର ବିଦ୍ଧ କରି ଗୁରୁତର କରିଥିବା ମହୁଲଡିହା ଥାନାରେ ଆଭିଯୋଗ ହୋଇଛି। ଘଟଣା ପରେ ପରିବାର ଲୋକ କାଠିଆକୁ ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ କାଠିଆର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତର ପାଇଁ ପରମର୍ଶ ଦେଇଥିଲେ।