
-
ଆଇନ ଶୃଙ୍ଖଳା ପରିସ୍ଥିିତି ମାମଲାରେ ମୁଲତବୀ ପ୍ରସ୍ତାବ ଉପରେ ଦିବ୍ୟଶଙ୍କର ମିଶ୍ର ଉତର ନ ଦେବାକୁ ଦାବି କରି କଂଗ୍ରେସର ହଟ୍ଟଗୋଳ, ଗାନ୍ଧୀ ମୂର୍ତି ସାମନାରେ ଧାରଣା
-
ବାଚସ୍ପତି କଂଗ୍ରେସର ଦାବିକୁ କଲେ ଅସ୍ୱୀକାର
ଭୁୁବନେଶ୍ୱର,ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବୁଧବାର ଦିନ ବିରୋଧୀ ଦଳ ବିଜେପି ପକ୍ଷରୁ ଅଣା ଯାଇଥିବା ମୁଲତବୀ ପ୍ରସ୍ତାବ ନୋଟିସ ଉପରେ ଆଲୋଚନାର ଉତର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ନ ଦେଇ ତାଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତର ରଖନ୍ତୁ ବୋଲି ଦାବି କରିଥିଲା କଂଗ୍ରେସ । ତେବେ କଂଗ୍ରେସର ଏହି ଦାବିକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଖାରଜ କରି ଦେଇଥିଲେ । ଏହା ଫଳରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଯାଇ ନାରାବାଜୀ କରିଥିଲୋ ତଥାପି ବାଚସ୍ପତି ଗୃହକାର୍ଯ୍ୟକୁ ଚଳାଇ ରଖିଥିଲେ । ଏହା ପରେ କଂଗ୍ରେସ ବିଧାୟକ ମାନେ ଏହାର ପ୍ରତିବାଦରେ ଗାନ୍ଧୀ ମୂର୍ତି ସାମନାରେ ଧାରଣା ଦେଇଥିଲେ ।
ମୁଲତବୀ ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପ୍ରକରେ ଆଲୋଚନା ହେବାର ଅଛି । ଏଥିରେ ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗ ମଧ୍ୟ ଆସିବ । ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଏହି ହତ୍ୟାରେ ସଂପୃକ୍ତି କଥା ମଧ୍ୟ ଆସିବ । ତେଣୁ ସେ ଏହି ଆଲୋଚନାର ଉତର ଦେବା ଉଚିତ ହେବ ନାହିଁ । ଗୃହକୁ ସୁଚାରୁ ରୂପେ ଚଳାଇବାକୁ ଏହାର ଉତର ସଂସଦୀୟ ବ୍ୟାପାର ମନ୍ତ୍ରୀ ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ହେଲେ ବାଚସ୍ପତି ତାଙ୍କ କଥାକୁ ସ୍ୱୀକାର କରି ନ ଥିଲୋ ଫଳରେ ଆଲୋଚନା ବେଳେ କଂଗ୍ରେସ ବିଧାୟକ ମାନେ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ ।