
ଭୁୁବନେଶ୍ୱର, ମୟୁରଭଂଜ ଜିଲ୍ଲାରେ ଲଘୁ ଖଣିଜର ଲୂଟ ଚାଲିଛି । ବାଲି ମାଫିଆ ତହସିଲଦାର, ପୋଲିସ ଓ ଅନ୍ୟ ସରକାରୀ ଅଧିକାରୀ ମାନଙ୍କର ମଧୁଚନ୍ଦ୍ରିକାରେ ଦିନ ଦ୍ୱିପ୍ରହରରେ ଏହି ଲୂଟ ଚାଲିଥିବା ବେଳେ ବାରମ୍ବାର ବିଧାନସଭାରେ ଏ ସମ୍ପର୍କରେ ଉତଥାପନ କଲେ ସୁଦ୍ଧା ଏହାର କୌଣସି ସୁଫଳ ମିଳୁ ନାହିଁ ।ତେଣୁ ଏହାର ଜାଂଚ କରିବାକୁ ଏକ ଗୃହ କମିଟି ଗଠନ କରା ଯାଉ । ବଡସାହୀର ବିଜେପି ବିଧାୟକ ସନାତନ ବିଜୁଳି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ଉପରୋକ୍ତ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ରାଜସ୍ୱ ମନ୍ତ୍ରୀ ହେଉଛନ୍ତି ମୟୁରଭଂଜ ଜିଲ୍ଲାର । ଏହା ସତ୍ୱେ ମୟୁରଭଂଜ ଜିଲ୍ଲାରେ ସବୁଠାରୁ ଅଧିକ ଲଘୁ ଖଣିଜ ଚୋରୀ ହେଉଛି । ତେଣୁ ଏହି ମାମଲାର ଉପଯୁକ୍ତ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି ।