ବଲାଙ୍ଗିର ,ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ (ଭାରତ)ଦ୍ୱାରା ପରିଚାଳିତ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ଶାସ୍ତ୍ରୀ ନଗର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, BBMCH ଓ ରାଜେନ୍ଦ୍ର ଯୁବକ ସଂଘ ପରିଚାଳିତ କାନ୍ଧପାଲି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଆୟୋଜିତ ରାଜ୍ୟ ଟିମ ର ପ୍ରତ୍ୟକ୍ଷ ନିରୀକ୍ଷଣ ଓ ତଦାରଖ ମାଧ୍ୟମରେ କାୟାକଳ୍ପ, ଯାହା ସ୍ୱାସ୍ଥ୍ୟ କ୍ଷେତ୍ର ରେ ଅତି ଉନ୍ନତ ସ୍ୱାସ୍ଥ୍ୟ ପରିଚାଳନା ଓ ସୁନ୍ଦର ଚିକିତ୍ସାଳୟ ପରିବେଶ ପାଇଁ ଉଦ୍ଦିଷ୍ଟ ତାହା ମିଳିବାରେ ସହାୟକ ହୋଇ ପାରିଛି l
ଉପରୋକ୍ତ କାୟାକଳ୍ପ ପୁରସ୍କାର ପାଇଁ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ମାଧ୍ୟମରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସ୍ନେହଲତା ସାହୁ , ଜିଲ୍ଲା ପ୍ରୋଜେକ୍ଟ ମେନେଜର(DPM) ଶ୍ରୀ ମୃତୁଞ୍ଜୟ ମୁଣ୍ଡ , ଜିଲ୍ଲା ଲୋକ ସ୍ୱାସ୍ଥ୍ୟ ଅଫିସର (DPHO) ଡା. ଡି. କେ ପତି,ଅତିରିକ୍ତ ଜିଲ୍ଲା ପ୍ରଜେକ୍ଟ ମେନେଜର ଶ୍ରୀ ରାମାନୁଜ ପଣ୍ଡା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଫିସର ଡା. ସୁଧା ବାର୍ଲା,ପିସ ଊନୀସନ ନିର୍ଦେଶକ -ସତ୍ୟ ରଞ୍ଜନ ମିଶ୍ର,ଚେୟାରମ୍ୟାନ ଶ୍ରୀ ରବି ରଞ୍ଜନ ପୂଜାରୀ , ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ ରାଜେନ୍ଦ୍ର ଯୁବକ ସଂହାର ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଏହି ସୁପରିଚାଳନା ତଥା ପୁରସ୍କାର ପାଇଁ ଓଡିଶା ସରକାର ଙ୍କୁ ତଥା ଚିକିତ୍ସାଳୟ ର ସମସ୍ତ ସଭ୍ୟ, ସଭ୍ୟା ମାନଙ୍କ ଆନ୍ତରିକ ସେବା ଉଦ୍ୟମ ପାଇଁ ତଥା ଚିକିତ୍ସାଳୟ କୁ ସବୁଜ ସୁନ୍ଦର ତଥା ସ୍ୱାସ୍ଥ୍ୟ ଉପଯୋଗୀ କରିବା ପ୍ରଚେଷ୍ଟା ପାଇଁ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l