ଭଦ୍ରକ – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ବଡ ଓସ୍ତିଆ ପଂଚାୟତର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ନେଇ ଆଜି ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି। ଏଠାରେ ସୂଚନାେଯାଗ୍ୟ ସଂପୃକ୍ତ ନାବାଳିକା ନିଜ ସଂପର୍କୀୟ ଭାଇ ସହ ଗତ ୪ ତାରିଖରେ ଯାତ୍ରା ଦେଖô ନିଜ ମାମୁଁଘରକୁ ଫେରୁଥିବାବେଳେ ଚାନ୍ଦବାଲି କଲେଜ ରୋଡ୍ ଫାୟାର ଷ୍ଟେସନ ନିକଟରେ ଚାରିଜଣ ଯୁବକ ଛାତ୍ରୀଙ୍କ ସଂପର୍କୀୟ ଭାଇଙ୍କୁ ମାଡମାରି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେତେବେଳେ ଛାତ୍ରୀ ଜଣକର ଚିକôାର ଶୁଣି ଯାତ୍ରା ଦେଖô ଫେରୁଥିବା ଗ୍ରାମବାସୀମାନେ ଘଟଣାସ୍ଥଳରେ ପହôଯିବାରୁ ୩ ଜଣ ଯୁବକ ବାଇକ୍ େଯାଗେ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ମାତ୍ର ଜଣକୁ ଗ୍ରାମବାସୀମାନେ କାବୁ କରି ନିସ୍ତୁକ ମାଡ ମାରିବା ସହ ବାନ୍ଧି ପକାଇ ପୁଲିସ୍କୁ ହସ୍ତାନ୍ତର କରିଥିଲେ। ଏଥିନେଇ ନାବାଳିକା ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିେଯାଗ ପରେ ଏହି ଘଟଣା ପୁଲିସ୍ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଥିଲା। ପରବର୍ୀ ସମୟରେ ଘଟଣାର ଗୁରୁତ୍ବକୁ ଉପଲବ୍ଧô କରି ପୂର୍ବାଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ନିଦ୍ର୍ଧେଶ କ୍ରମେ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଏକ ସ୍ପେଶାଲ ଟ୍ରାକ୍ ଫୋର୍ସ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ତେବେ ଏହି ଚଢାଉ କାଳରେ ଫେରାର ତିନି ଅଭିଯୁକ୍ତଙ୍କୁ ମିଶାଇ ସମସ୍ତ ଚାରି ଜଣଙ୍କୁ ପୁଲିସ୍ ଆଜି ଡାକ୍ତରୀ ମାଇନା କରିବା ପରେ କଡା ସୁରକ୍ଷା ମଧ୍ଯରେ କୋର୍ଟ ଚାଲାଣ କରିଛି।
Related Stories
November 24, 2024
November 24, 2024