-
ଏସସିବି ମେଡ଼ିକାଲରୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
-
ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିଲା
କଟକ, ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ଅପହରଣ ଓ ହତ୍ୟା ମାମଲାରେ କଟକ ଏସସିବି ମେଡ଼ିକାଲରୁ ଆସିଛି ମୃତ ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଦୀର୍ଘ ଦିନ ଧରି ମାନସଙ୍କୁ ଭୋକିଲା ରଖାଯାଇଥିଲା । ତାଙ୍କୁ ଲୁହାରଡ଼ ସାହାଯ୍ୟରେ ମାଡ ମରାଯାଇଥିଲା । ଦୀର୍ଘ ସମୟ ଧରି ତାଙ୍କୁ ମାଡ ମରାଯାଇଥିବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ମାନସଙ୍କ ଛାତିର ତିନୋଟି ପିଞ୍ଜରା ହାଡ଼ ଭାଙ୍ଗିବା ସହ ମେରୁଦଣ୍ଡରେ ଆଘାତ ଲାଗିଥିଲା । ପ୍ରକାଶ ଥାଉ କି, ଗତ ୭ ତାରିଖରେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ୧୪ ତାରିଖରେ ଏ ସଂକ୍ରାନ୍ତରେ ଥାନାରେ ଏତଲା ହୋଇଥିଲା । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନର ମାଲିକ ରାଜ୍ ଓରଫ ରଞ୍ଜନ ନାୟକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ।