ଦର ବୃଦ୍ଧି, ବେକାରୀ, ଦେଶ ସମ୍ପଦ ବିକ୍ରି ଓ ମୋଦୀ ସରକାରଙ୍କ ଦେଶ ବିରୋଧୀ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଦେଶ ର ସମସ୍ତ ଟ୍ରେଡ଼ ୟୁନିଅନ ଓ ବାମ ଦଳ ମାନଙ୍କର ଭାରତ ବନ୍ଦର ଡାକରା କୁ ପୁରୀ ରେ କାର୍ଯ୍ୟକାରୀ କରିବାକୁ ଯାଇ ରେଳ ଷ୍ଟେସନ ରେ ବିକ୍ଷୋଭ ବସଷ୍ଟାଣ୍ଡ, ବ୍ୟାଙ୍କ, ବୀମା,ଡାକ, କୋର୍ଟ ଓ ସମସ୍ତ ସରକାରୀ ଅଫିସ ରେ ପିକେଟିଂ କରାଯାଇଥିଲା |ଦେଶର ରେଳ, ବ୍ୟାଙ୍କ, ରାଜପଥ, ବିମାନ ବନ୍ଦର କୁ କାର୍ପୋରେଟ ହାତରେ ଟେକି ଦେଲେ | ନୂଆ କଳକାରଖାନା ନାହିଁ, ଲୋକଙ୍କ ହାତରେ କାମ ନାହିଁ |ଶ୍ରମ ଆଇନି ସଂଶୋଧନ କରି ମାଲିକ ସପକ୍ଷ ବାଦୀ 4ଟି ଶ୍ରମ କୋଡ଼ କରି କର୍ମଚାରୀ ଙ୍କୁ ଗୋଲାମ କରିବ | ସର୍ବ ନିମ୍ନ ମଜୁରୀ 26000ଟଙ୍କା, ଓ ଇ ପି ଏଫ ଓ ESI ପାଇଁ ଦାବୀ ହୋଇଛି | ଖାଉଟି ସାମଗ୍ରୀ ଦର ବଢୁଛି ଗ୍ୟାସ ଦର ବଢୁଛି |ସରକାର ହାତରେ ଲଗାମ ନାହିଁ,GST ଖାଦ୍ୟ ସାମଗ୍ରୀ ରେ ବଢିଲା କିନ୍ତୁ କର୍ପୋରେଟ ଟିକସ କମିଲା ଏଥି ପାଇଁ ଦୁଇ ଦିନିଆ ଧର୍ମ ଘଟ |ଏଥିରେ ଜଗନାଥ ଦେଓ, ଶରତ କୁମାର ରାୟଗୁରୁ, ପ୍ରଦୀପ୍ତ ମହାନ୍ତି, ଜ୍ଞାନ ରଞ୍ଜନ ଦାସ, ମୋହନ ନାଇଡୁ, ଲିଟୁଲାଲ ସୁବୁଦ୍ଧି,ରବି ପ୍ରଧାନ,ଟୁନା ନାୟକ, ଅଜୟ ମିଶ୍ର,ମନୋରଞ୍ଜନ ମହାରଣା, ବିଭୁତି ରାଉତରାୟ, ରଂଜିତ ନାୟକ, ମନୋଜ ବାରିକ, ଜ୍ୟୋତି ପ୍ରକାଶ ନାୟକ, ହରେ କୃଷ୍ଣ,ରାମ ଜେନା,ବିଜୟ ପରିଡା, ଘନଶ୍ୟାମ ଦାସ ପ୍ରମୁଖ ଧର୍ମଘଟ ରେ ସାମିଲ ଥିଲେ |