ମାଲକାନଗିରି, ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ବିଶାଳ ସିଂ, ସମ୍ମାନିତ ଅତିଥି ରୂପେ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ, ଜିଲା ମୁଖ୍ୟ ଚିକିତ୍ସାଧୂକାରୀ ପ୍ରଫୁଲ୍ଲ ନନ୍ଦ ଉପସ୍ଥିତ ଥିଲେ । ଜିଲାରେ ଆଶାକର୍ମୀମାନଙ୍କ ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ ସେ ସମ୍ପର୍କରେ ଅତିଥିମାନେ ପ୍ରକାଶ କରିଥିଲେ । କରୋନା ମହାମାରୀ ସମୟରେ ଏହାର ମୁକାବିଲା କରିବା, ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ ସମୟରେ ସେମାନଙ୍କ ସହଯୋଗ, ଗର୍ଭବତୀ ବୈଠକରେ ଉପସ୍ଥିତ କ୍ଷେତ୍ରରେ ଆଶାକର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ମା’ମାନଙ୍କୁ ସଠିକ୍ ସମୟରେ ସଠିକ୍ ଟିକା ଦେବା, ମ୍ୟାଲେରିଆ ଦୂରିକରଣ ପାଇଁ ସଚେତନତା ଭଳି କାର୍ଯ୍ୟରେ ଆଶାକର୍ମୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ ବୋଲି ପ୍ରକାଶ କରିଥିଲେ ।
ଏହି ଅବସରରେ ଜିଲାର ୩ ଜଣ ଆଶାକର୍ମୀଙ୍କୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଦେବା ସହ ଆଉ ୮ଜଣ ଆଶାକର୍ମୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥିସହ ୩ଟି ପଞ୍ଚାୟତକୁ ସ୍ବଚ୍ଛ ପଞ୍ଚାୟତ ରୂପେ ପୁରସ୍କୃତ କରାଯାଇଥିଲା । ୩ ଶହରୁ ଊର୍ଦ୍ଧ ଆଶାକର୍ମୀ ଯୋଗ ଦେଇଥିଲେ ।