ମାଲକାନଗିରି,ପ୍ରାଣୀ ସମ୍ପଦ ବିକାଶ ବିଭାଗ , ମାଲକାନଗିରି ପକ୍ଷରୁ ବାଲିମେଳାସ୍ଥିତ ଲକ୍ଷ୍ମୀନାରାୟଣ ଗୋଶାଳାରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜରିଆରେ ଫାଟୁଆ ଟିକାର ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୬ ମାସରୁ ଊର୍ଦ୍ଧ୍ବ ସମୟ ସମସ୍ତ ଗୋବଂଶଙ୍କୁ ଟୀକାକରଣ ହୋଇଥିଲା । ଏହାସହ ଗୋମାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ କୃମି, ନିରାକରଣ କରାଯାଇଥିଲା । ପ୍ରାଣୀ ଚିକିତ୍ସା ଅଧିକାରୀ ଡା . ସୌମ୍ୟରଞ୍ଜନ ଖଟୁଆ ଗୋଶାଳାର ଗୋମାତାଙ୍କୁ ପ୍ରଥମେ ଫାଟୁଆ ଟୀକା ଦେଇଥିଲେ । ପରେ ଟୀକା ପ୍ରଦାନ କର୍ମଚାରୀ ଭୀମ ମାଝୀ ଓ ବିଷ୍ଣୁପ୍ରସାଦ ବରାଡ ସମସ୍ତ ଗୋବଂଶଙ୍କୁ ଟୀକା ଦେଇଥିଲେ । ଅନ୍ୟାନ୍ୟ ସହକାରୀ କର୍ମକର୍ତ୍ତା ସମୀର ଓ ଶୁକଦେବ ଗୋବଂଶଙ୍କୁ ଟୀକା ଦିଆଯାଇଥିବା ଗୋବଂଶର କାନ ନୋଳି ନମ୍ବର ଓ ରେକର୍ଡ ଉଲ୍ଲେଖ କରିଥିଲେ । ଲକ୍ଷ୍ମୀନାରାୟଣ ଗୋଶାଳାର ଉପସଭାପତି ଟୁକୁଲା ପ୍ରଧାନ ଓ ସୁନିଲ ଦାସ ସହ ଅନ୍ୟ ଗୋଶାଳାର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
ଏହି ଟୀକାକରଣ ପର୍ଯ୍ୟାୟ କ୍ରମେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡରେ ଚାଲିବ ବୋଲି ଚିକିତ୍ସା ଅଧିକାରୀ ଡା. ଖଟୁଆ କହିଛନ୍ତି । ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଡାକ୍ତର ଖଟୁଆ ଅନୁରୋଧ କରିଛନ୍ତି।