ଭୁୁବନେଶ୍ୱର, ଖଣି ମାଲିକ ମାନଙ୍କୁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବାର ଅଭିଯୋଗ କରି କଂଗ୍ରେସ ଦଳର ବିଧାୟକ ମାନେ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ସେ ଖଣି ମାମଲାରେ ଆଲୋଚନା କରିବାକୁ ନୋଟିସ ଦେଇଥିଲେ । ମାତ୍ର ତାକୁ ଅଗ୍ରାହ୍ୟ କରି ଦିଆ ଯାଇଛି । ଯେତେବେଳେ ମଧ୍ୟ ସେ ଖଣି ଦୁର୍ନୀତି ମାମଲାରେ ସେ ଓ ତାଙ୍କ ଦଳ ବିଧାନସଭାରେ ଆଲୋଚନା କରିବାକୁ ଦାବି କରିଛନ୍ତି ସେତେବେଳେ ଅନୁମତି ଦିଆ ଯାଇ ନାହି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ବିଭିନ୍ନ ଖଣି କମ୍ପାନୀ ମାନଙ୍କ ଦ୍ୱାରା କରା ଯାଇଥିଲା ଲୁଟ ସମ୍ପର୍କରେ ତାଙ୍କର ରାୟରେ କହିଥିଲେ ଓ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ କହିଥିଲେ । ଏବେ ଏପରି ଲାଗୁଛି ଯେ ରାଜ୍ୟ ସରକାର ଖଣି ମାଲିକ ମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଗତ ତିନି ବର୍ଷ ବିତିଗଲାଣି । ଏହା ସତ୍ୱେ ଥରେ ହେଲେ ବିଧାନସଭାରେ ଖଣି ଚୋରୀ ମାମଲାରେ ଆଲୋଚନା କରିବାକୁ ଅନୁମତି ଦିଆ ଯାଇନାହିଁ । ସେ ଅଭିଯୋଗ କରିିଛନ୍ତି ଯେ ରାଜ୍ୟ ସରକାର ଖଣି ମାଲିକଙ୍କ ନିକଟରେ ବିକ୍ରୀ ହୋଇ ଯାଇଛନ୍ତି ।