
ଭୁୁବନେଶ୍ୱର, ପୌର ନିର୍ବାଚନ ପରେ ଯେଭଳି ଭାବେ ରାଜ୍ୟର ବରିଷ୍ଠ ଆଇଏଏସ- ଆଇପିଏସ ତଥା ବିଭିନ୍ନ କର୍ମଚାରୀ ସଂଘର ପ୍ରତିନିଧି ମାନେ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ନିର୍ବାଚନୀ ବିଜୟର ଶୁଭେଚ୍ଛା ଜଣାଇଲେ ତାହା ଗଣତନ୍ତ୍ର ପାଇଁ ଠିକ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳର ସଚେତକ ମୋହନ ମାଝୀ ।
ଶୂନ୍ୟ କାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଇତିହାସରେ ଏପରି କେବେ ହୋଇ ନ ଥିଲ।। ଶାସନରେ କାର୍ଯ୍ୟପାଳିକାର ଏକ ଗୁରୁତ୍ୱୁପୂର୍ଣ ଭୁମିକା ରହିଛି । ସେମାନେ ନିରପେକ୍ଷ ଭାବେ ଲୋକ ମାନଙ୍କର କାମ କରିବାର ଆଶା କରା ଯାଇଥାଏ । ମାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଠାରୁ ଆରମ୍ଭ କରି ପୋଲିସ ମହା ନିର୍ଦେଶକ ଓ ଅନ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଅତ୍ୟନ୍ତ ଖରାପ ପରମ୍ପରା ସୃଷ୍ଟି କରିଛନ୍ତି ।
ରାଜ୍ୟର ପୂୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମହା ନିର୍ଦେଶକ ସଂଜୀବ ମାରିକ ମଧ୍ୟ କହିଛନ୍ତି ଯେ ତାଙ୍କ ବେଳେ ଏଭଳି କେବେ ହୋଇ ନ ଥିଲା ।
ସେ କହିଛନ୍ତି ନିର୍ବାଚନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ରାଜ୍ୟ ପୋଲିସ ମହା ନିର୍ଦେଶକଙ୍କ କର୍ତବ୍ୟ । ବିରୋଧୀ ଦଳର କର୍ମୀ ମାନଙ୍କ ଉପରେ ଆକ୍ରମଣ ମାମଲାରେ ସେ ତାଙ୍କର ଦାୟିତ୍ୱ କରି ନାହାନ୍ତି । ପରବର୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ଅନେକ କିଛି ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି ।