-
ଜନତା ଡହକ ବିକଳ, ପ୍ରଶାସନ ନିରବ ଦ୍ରଷ୍ଟା
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗୁରଯୁଙ୍ଗ ଗ୍ରାମପଂଚାୟତରେ ଜଳାଯୋଗାଣ, ବସୁଧା ଯୋଜନା ଫେଲ ମାରିଛି। ଏହି ପଂଚାୟତର 5 ଗୋଟି ଗ୍ରାମରେ ପ୍ରାୟ 5000 ଲୋକ ବସବାସ କରନ୍ତି। ଗୁରଯୁଙ୍ଗ ଗ୍ରାମର ଲୋକେ ଉଦନ୍ତୀ ନଦୀ ଉପରେ ନିର୍ଭର କରନ୍ତି। ଗ୍ରାମରେ ଦୁଇ ଗୋଟି ନଳକୂପ ରେ ନିର୍ଭର କରୁଛନ୍ତି। ନଳକୂପର ପାଣି ମଧ୍ୟ ନିଅଣ୍ଟ ହେଉଛି। ସରକାର ବସୁଧା ଯୋଜନାରେ ଜଳ ଯୋଗାଣ କରିବାକୁ ଦୀର୍ଘ 4-5ମାସ ହେଲାଣି ପାଇପ ବିଛାଇ ଦେଇ ଦରଖାଣିଆ କରିଦେଇ ଚାଲି ଗଲା, ଗ୍ରାମ୍ୟ ଜଳ ଜଳାଯୋଗାଣକୁ ବନ୍ଦ କରି ଦେଇ ଛାଡି ଦେଇ ଗଲେ। ଆଜିପର୍ଯନ୍ତ ବସୁଧା ଜଳାଯୋଗାଣ ଫେଲ ମାରିଛି, ଯାହା ଦ୍ଵାରା ଲୋକ ମାନେ, ଗର୍ଭବତୀ, ପ୍ରସୂତି, ଶିଶୁ, ବୃଦ୍ଧ ବୃଦ୍ଧା ଲୋକ ମାନେ ନାହିଁ ନ ଥିବା ଜଳକଷ୍ଟ ଲୋଗୁଛନ୍ତି। ବିଭାଗୀୟ ଅଧିକାରୀ ମାନେ କେବଳ ନିରବ ଦ୍ରଷ୍ଟା ସାଜିଛନ୍ତି। ବର୍ତମାନ ଖରା ଦିନ ହେଲାଣି, ଅଞ୍ଚଳ ବାସି ଜଳ ପାଇଁ ହାଁ ଜଳ ହାଁ ଜଳ ହେବାକୁ ପଡୁଛି। ନଦୀରେ ପାଣି ଶୁଖିଗଲାଣି। ନଳକୂଅରେ ଜଳସ୍ତର କମି ଗଲାଣି। ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।