ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟର ସହିଦ ଲକ୍ଷ୍ମଣ ନାୟକ ଛାତ୍ରବାସ ପରିସରରେ ସହିଦ ଲକ୍ଷ୍ମଣ ନାୟକଙ୍କ ୮0 ତମ ଶ୍ରାଦ୍ଧ ଦିବସ ଆଜି ପାଳିତ ହୋଇଯାଇଛି। ଏଥିରେ ମାଲକାନଗିରି ପୌର ପରିଷଦର ନବନିର୍ବାଚିତ ଅଧ୍ୟକ୍ଷ ମନୋଜ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ଛାତ୍ର ମାନଙ୍କୁ ଉଦବୋଧନ ଦେବା ସହ ଏହି ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ କହିଥିଲେ।
ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ଡ଼ଃ। ରଞ୍ଜନ କୁମାର ସ୍ଵାଇଁ ଆୟୋଜନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି ସହିଦଙ୍କ ସ୍ମୃତି ଚାରଣ କରିଥିଲେ। ସହିଦ ଲକ୍ଷ୍ମଣ ନାୟକ ଛାତ୍ରବାସର ଅଧ୍ୟକ୍ଷ ଏଲ.ଟି. ସୁଶାନ୍ତ ମାଝୀ ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ।