ବଲାଙ୍ଗୀର,ଆଗାମୀ ଏପ୍ରିଲ ୧ ତାରିଖରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବକ୍ତୃତା ଓ ଉତ୍କଲ ବନ୍ଦନା ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବକ୍ତୃତାରେ ପ୍ରତିଶ୍ରୁତି ନାୟକ ପ୍ରଥମ, ସାତ୍ଵିକ ଶେଖର ମିଶ୍ର ଦ୍ଵିତୀୟ, ଓମ୍ ଅମୃତ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉତ୍କଳ ବନ୍ଦନା ପ୍ରତିଯୋଗିତାରେ ଆଭା ଅଭିନନ୍ଦା ଖଣ୍ଡୁଆଳ ପ୍ରଥମ, ସୁଶ୍ରୀ ସମ୍ପୂର୍ଣା ଆଗସ୍ଥି ଦ୍ଵିତୀୟ, ସୋମ୍ୟା ରାଣୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବକ୍ତୃତା ପ୍ରତିଯୋଗୀତାରେ ସନାତନ ଠାକୁର ଭାଗୀରଥୀ ମିଶ୍ର ଓ ଆନନ୍ଦ ଚନ୍ଦ୍ର ସାହୁ ବିଚାରକ ରୂପେ ଯୋଗଦେଇ ଥିବା ବେଳେ ଉତ୍କଳ ବନ୍ଦନାରେ ମୁରଲୀ ଧାରୀ ପତି ଓ କାଳୀ ପ୍ରାସାଦ ଷଡଙ୍ଗୀ ବିଚାରକ ଥିଲେ। ଏପ୍ରିଲ ଏକ ତାରିଖ ସନ୍ଧ୍ୟାରେ ପୃଥିବୀ ରାଜ ହାଇସ୍କୁଲ ସ୍ଥିତ ମଣ୍ଡପରେ କାର୍ଯକ୍ରମ ଅନୁଷ୍ଠିତ ହେବ। ଓଡିଶା ଦିବସ ପାଳନ ଉପଲକ୍ଷେ ସେଠାରେ ସାଧାରଣ ସଭା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସହିତ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଚୟନ କରାଯାଇଥିବା ୧୨ ଗୋଟି ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦେ ଉତ୍କଳ ଜନନୀ ଓଡ଼ିସା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ମନୋନୀତ କାର୍ଯ୍ୟକ୍ରମ ସଂଯୋଜକ ସ୍ଵର ଝାଙ୍କର ବଲାଙ୍ଗିର ଦ୍ଵାରା ପରିବେଷଣ କରାଯିବ। ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନ ୮ ଟା ସମୟରେ ସହର ରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ।
Related Stories
November 22, 2024