
ବଲାଙ୍ଗୀର, କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ପାଳନ ଗତକାଲି ପ୍ରଥମ ଦିନରେ ବଲାଙ୍ଗିର ଜିଲ୍ଲାରେ ସଫଳ ହୋଇ ଅଚଳାବସ୍ଥା ସ୍ରୁଷ୍ଟି ହୋଇଥିବା ବେଳେ ଆଜି କେବଳ ବିଭିନ୍ନ୍ ରାଷ୍ଟ୍ରୀୟ କାର୍ଯ୍ୟାଳୟ, ସମସ୍ତ ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, ଆଗରେ ଧାରଣା ଦେଇ ବନ୍ଦ କରାଯାଇଛି। ଦୋକାନ ବଜାର ଗାଡ଼ି ଚଳାଚଳ ସ୍ଵାଭାବିକ ଥିଲାବେଳେ ସ୍କୁଲ କଲେଜରେ ପଢ଼ାପଢ଼ି ସ୍ଵାଭାବିକ ଥିଲା। ଆଶାକର୍ମୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆଜି ମଧ୍ୟ ଧାରଣା ଦେଇଥିଲେ। ସେମାନେ ସମସ୍ତ ଗେଟ ଆଗରେ ଧାରଣାରେ ବସିଥିବା ଦେଖାଯାଇଛି।
ଏହି ବନ୍ଦ ପାଳନକୁ ମିଳିତ ଡାକ କ୍ରିୟାନୁଷ୍ଠାନ କମିଟି ସମର୍ଥନ ଦେଇଥିବା ବେଳେ ସେମାନେ ମୁଖ୍ୟ ଡାକଘର ଆଗରେ ଧାରଣାରେ ବସିରହି ତାଁକର୍ ୯ ଦଫା ଦାବି ପୂରଣ ପାଇଁ ପୂର୍ବରୁ ୧ ଫେବ୍ରୁଆରି ୨୦୨୨ ରେ କେନ୍ଦ୍ରୀୟ କନଫିଡେନ୍ସ ତରଫରୁ କେବିନେଟ୍ ସଚିବଙ୍କୁ ନୋଟିସ ରେ ଏନ୍ ଏଫ୍ ପି ଇ ଓ ଏଫ୍ ଏନ୍ ପି ଓ ମିଳିତ ଭାବରେ ଡାକ ବିଭାଗର ବିଭିନ୍ନ ଦାବି ନେଇ ସାମିଲ ହୋଇଛନ୍ତି। ଦାବି ଗୁଡିକ ମଧ୍ୟରେ ୧୮ ମାସରେ ବକେୟା ଜାନୁଆରୀ 2020 ରୁ ଜୁନ ୨୦୨୧ ମାହାଙ୍ଗା ଭତ୍ତା ପ୍ରଦାନ, ନୂତନ ପେନସନ୍ ସ୍କିମ ପ୍ରତ୍ୟାହାର କରି ନୂତନ ଲାଗୁ, ଗ୍ରାମୀଣ ଡାକ ସେବକ ଙ୍କୁ ସିଭିଲ ସରଭେଣ୍ଟ ମାନ୍ୟତା ପ୍ରଦାନ, ଡାକବିଭାଗ ରେ ୫ ଦିନିଆ ସପ୍ତାହ ଲାଗୁ, ଘରୋଇ କରଣ ବନ୍ଦ କରାଯାଉ, ଡାକ ମିତ୍ର ଯୋଜନା ବନ୍ଦ କରାଯାଉ, ପଞ୍ଚବାର୍ଷିକ ମଜୁରୀ ସଂଶୋଧନ ଲାଗୁ ସମେତ ଅନ୍ୟ ଦାବି ରହିଛି। ପୂର୍ବତନ ସମ୍ପାଦକ ଡାକ ସଂଘ ବୃଷଭ ସା, ପୂର୍ବତନ ସାର୍ଜିଲ ସେକ୍ରେଟାରୀ ଚୂଡ଼ାମଣି ମେହେର, ଡାକ ସଂଘ ପୂର୍ବତନ ସର୍କଲ ସେକ୍ରେଟାରୀ ଦାମୋଦର ମିଶ୍ର, ସମ୍ବଲପୁର ପୂର୍ବତନ ଡାକ ସଂଘ ସଭାପତି ରମେଶ ଚନ୍ଦ୍ର ସାହୁ ଏହି ଧାରଣାରେ ଯୋଗଦାନ କରିଥିବା ବେଳେ ବର୍ତ୍ତମାନ କାର୍ଯ୍ଯକର୍ତ୍ତା ଏମ୍ ଆର୍ ତ୍ରିପାଠୀ, ଆଶିଶ ଚୌହାନ, ଲବ ଭୋଇ, ସୁବାଷ୍ ଷଡଙ୍ଗୀ, ସି ଏମ୍ ମେହେର, ପଦ୍ମନାଭ ବାରିକ, ଜୀ.ପି. ଖେତି, ରଞ୍ଜିତ ଗେଯ, ଅଶୋକ ପାଣିଗ୍ରାହୀ, ଲଲିତ କର, ଜେ. କେ. ସାହୁ, ଦଶରଥ ଦାସ ପ୍ରମୁଖ ବିଭିନ୍ନ୍ ସଭାପତି ଓ ସମ୍ପାଦକ ଏଠାରେ ଉଦବୋଧନ ଦେଇଥିଲେ।