ବଲାଙ୍ଗୀର, ଆଜି ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଏବଂ ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ଡାକରାରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଦ୍ଵିତୀୟ ଦିନ ସର୍ବଭାରତୀୟ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ପ୍ରଧାନ ଡାକ ଘର ତଥା ଅଞ୍ଚଳର ସମସ୍ତ କାର୍ଯ୍ୟାଳୟ, ଧର୍ମଘଟକୁ ସମର୍ଥନ ଜଣାଇ, କାର୍ଯ୍ୟାଳୟ ବନ୍ଦ ହୋଇଅଛି । କେନ୍ଦ୍ର ସରକାରଙ୍କ କର୍ମଚାରୀ ତଥା ଜନବିରୋଧୀ ନୀତି ଅବଲମ୍ବନ, ଡାକ ବିଭାଗକୁ ଘରୋଇକରଣ କରି ପୁଞ୍ଜିପତି ମାନଙ୍କ ହାତରେ ଟେକିଦେବା, ନୂତନ ପେନସନ ସ୍କିମ ବନ୍ଦ କରି ପୁରୁଣା ପେନସନ ସ୍କିମ ଚାଲୁ କରିବା, ଗ୍ରାମୀଣ ଡାକ ସେବକ ମାନଙ୍କୁ ସିଭିଲ ସରଭେଣ୍ଟ ର ମାନ୍ୟତା ଦିଆଯିବା, କମଲେଶ ଚନ୍ଦ୍ର କମିଟିର ସମସ୍ତ ସକାରତ୍ମକ ସୁପାରିଶ ତୁରନ୍ତ ଲାଗୁ କରିବା, ବକେୟା ଅଠର ମାସ (ଜାନୁ ୟାରୀ 2020 ଠାରୁ ଜୁନ 2021 )ର ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ କରିବା, ସପ୍ତାହକୁ ପାଞ୍ଚଟି କାର୍ଯ୍ୟ ଦିବସ ଲାଗୁ କରିବା, ସମାନ କାମକୁ ସମାନ ଦରମା, ୟୁନିଅନ ଅଧିକାର ଉପରେ ଆକ୍ରମଣ ନ କରିବା, ନିଯୁକ୍ତି ସୃଷ୍ଟି କରି ଖାଲି ପଦବୀ ତୁରନ୍ତ ପୁରଣ କରିବା, ବିଗତ 30.06.2018 ରେ କେନ୍ଦ୍ରୀୟ ମନ୍ତ୍ରୀ ମାନଙ୍କ ଦ୍ଵାରା ସର୍ବ ନିମ୍ନ ବେତନ ଏବଂ ଫିଟମେଣ୍ଟ ସୂତ୍ର ସଂଶୋଧନ କରାଯିବା ଉପରେ ଦିଆ ଯାଇଥିବା ପ୍ରତିଶ୍ରୁତି ପାଳନ କରିବା, ଅଷ୍ଟମ ବେତନ ଆୟୋଗ ଗଠନ ଆଦି ଅନେକ ଦାବିଗୁଡିକ ନେଇ ଧର୍ମଘଟ କରାଯାଇଛି ।
ଏଥିରେ ମିଳିତ ଡାକ କ୍ରିୟାନୁଷ୍ଠାନ କମିଟିର ଆବାହକ ସୁବାଷ ଷଡଙ୍ଗୀ ଏବଂ ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ବଲପୁର ଡାକ ସଂଘର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବଲାଙ୍ଗୀର ଡାକ ମଣ୍ଡଳର ସମ୍ପାଦକ ବୃଷଭ ସା, ପୂର୍ବତନ ସର୍କଲ ସମ୍ପାଦକ ଦାମୋଦର ମିଶ୍ର, ସର୍କଲ ସମ୍ପାଦକ ପୋଷ୍ଟମ୍ୟାନ ଓ ଏମଟିଏସ ଚୁଡାମଣି ମେହେର, ଗ୍ରାମୀଣ ଡାକ ସେବକ ର ସମ୍ପାଦକ ଦଶରଥ ଦାସ, ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଞ୍ଚ ର କାର୍ଯ୍ୟକାରୀ ସଭାପତି ରବି ମିଶ୍ର, ମିଳିତ କେନ୍ଦ୍ରୀୟ ଏବଂ ଆଞ୍ଚଳିକ କର୍ମଚାରୀ ମଞ୍ଚ ର ଚେୟାରମାନ ତଥା ଆଶା ଓ ଆଙ୍ଗନୱାଡୀ ସଙ୍ଘ ର ସଭାପତି ବିଭୁଦତ୍ତ ମିଶ୍ର, ରାଜ୍ୟ କୌଶଳ ୟୁଥ କମିଟିର ସଂଗଠକ ସମ୍ପାଦକ ପ୍ରୀତମ ଠାକୁର, ଯୁବ ଟାଣୁଆ କର୍ମୀ ଅଶୋକ ବାଗ ଓ ବିଭିନ୍ନ କର୍ମଚାରୀ ନିଜ ନିଜର ମନ୍ତ୍ୟବ୍ୟ ରଖି ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଉଦବୋଧନ ଦେଇଥିଲେ ।ଏଥିରେ ବହୁତ ମାତ୍ରା ରେ ନାରୀ ଶକ୍ତି ର ଉପସ୍ଥିତିର ସୂଚନା ମିଳିଥିବା ବେଳେ ବଲାଙ୍ଗୀର ମଣ୍ଡଳସାରା ସମସ୍ତ କର୍ମଚାରୀ ତଥା ବିଭିନ୍ନ ସଂଗଠନର ସମର୍ଥନ ରହିଥିଲା ।