
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବିଶ୍ବ ବ୍ରହ୍ମାଣ୍ଡ ର ଅଧୀଶ୍ଵର ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁ ଙ୍କ ବାର ମାସ ରେ ତେର ପର୍ବ ପାଳନ ହେଉଥିବା ଭିତରେ ଭକ୍ତ ବତ୍ସଳ ମହାପ୍ରଭୁ ଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ଅଟେ। ଦୁଃଖର ବିଷୟ ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁଁ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ଅନୁସାରେ ବିନା ଭକ୍ତ ରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଭକ୍ତ ମାନେ ତଥା ପୁରୀ ସହର ବାସୀ ନିଜ ଘରେ ରହି ମହାପ୍ରଭୁ ଙ୍କୁ ଟିଭି ମାଧ୍ୟମରେ ଦର୍ଶନ କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ମହାମାରୀର ପ୍ରାୟ ସମସ୍ତ କଟକଣା କୁ କୋହଳ କରିଚନ୍ତି ଓ ସଂକ୍ରମଣ ବି ଦୈନିକ ହ୍ରାସ ପାଇଛି। ଏହାକୁ ଦୃଷ୍ଟି ରେ ରଖି ପୁରୀ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ Association of Twitter Activists-ATA ପୁରୀର ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ ଭେଟି ଆଲୋଚନା କରିବା ସହିତ ଭକ୍ତ ଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ନିବେଦନ କରିଛନ୍ତି। ଜିଲ୍ଲାପାଳ ଶ୍ରୀଵର୍ମା କହିଛନ୍ତି ଏହା ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରେଇବା ସହ ଆଲୋଚନା କରିବେ। ଦାବିପତ୍ର ପ୍ରଦାନ ସମୟ ରେ ଅନୁଷ୍ଠାନ ର ସଭାପତି ବିସ୍ମୟ ମିଶ୍ର, ସାଧାରଣ ସମ୍ପାଦକ ଦେବାଶିଷ ଦାଶ ଙ୍କ ସହ ସଦସ୍ୟ ସତ୍ୟନାରାୟଣ ସାହୁ, ମିଥୁନ ଜେନା, ମାନସ ରଥ, ନିରାକାର୍ ମହାରଣା, ସୂର୍ଯ୍ୟକାନ୍ତ ସାହୁ, ଆଦିତ୍ୟ ନାରାୟଣ ବାରିକ୍, ମାନସ ନାୟକ, ଗୋକୁଳ ପ୍ରଧାନ, ବନିତା ସାହୁ, ଶୁଭଶ୍ରୀ ବେହେରା, ଦେବେନ୍ଦ୍ର ସୁବୁଦ୍ଧି ଓ ଦେବରାଜ ଦାସ ଉପସ୍ଥିତ ଥିଲେ।