ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ଧାମ ଏବଂ ସଙ୍ଖ କ୍ଷେତ୍ର ପୁରୀ । ପୁରୀ ଏବଂ କୋଣାର୍କ କୁ ସଂଯୋଗ କରୁଥିବା ରାସ୍ତା ତାଳବଣିଆ । ପ୍ରତେକ ଦିନ ହଜାର ହଜାର ପର୍ଯ୍ୟଟକ ଏହି ତାଳବଣିଆ ରାସ୍ତା ମଧ୍ୟରେ କୋଣାର୍କ ମନ୍ଦିର ବୁଲି ଯାଇଥାନ୍ତି । ତାଳବଣିଆ
ଏକ ପ୍ରକୃତିର ଅମୂଲ୍ୟ ବରଦାନ ସ୍ବରୂପ ମଧୁର ଜଳ ଏହି ଅଞ୍ଚଳରେ ଅଛି ଯାହାକି ପୁରୀ ବାସୀ ଙ୍କର ଜୀବନ ଧାରା ।
ଉକ୍ତ ଅଞ୍ଚଳ ଏବେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ପାଇଁ ସ୍ଵାସ୍ଥ୍ୟ ସମସ୍ୟା ର କେନ୍ଦ୍ର ବିନ୍ଦୁ ପାଲଟିଛି। ବର୍ଜ୍ୟବସ୍ତୁର ପାହାଡ ହେବାକୁ ଲାଗିଛି ଏହି ଅଞ୍ଚଳ ବହୁ ସମୟରେ ରେଷ୍ଟୁରାଣ୍ଟର ବଳକା ଖାଦ୍ୟ ଏହି ସ୍ଥାନ ସ୍ଥାନରେ ଗଦା ହେଉଛି, ମେଡିକାଲ ର
ୱେଷ୍ଟ ଜିନିଷ ଏହି ସ୍ଥାନରେ ବିପର୍ଯ୍ୟୟ ଅବସ୍ଥାରେ ପକାଯାଉଚି, କିଛି ଲୋକ ନିଜ ଘରର ବର୍ଜ୍ୟବସ୍ତୁ କୁ ଆଣି ମଧ୍ୟ ଏହି ସ୍ଥାନରେ
ପକାଉଛନ୍ତି । ଜଗାରଖା ହେଉ ନ ଥିବାରୁ ଏହି ସ୍ଥାନରେ ବହୁ ନିଶାଖୋର ମାନେ ଏଠାରେ ନିଶା ସେବନ କରୁଛନ୍ତି । ଏଣୁ ଏହି ସ୍ଥାନ ଟି ରାତ୍ର ସମୟରେ ବିପଦ ପାଲଟିଛି ଯାତାୟତ କରୁଥିବା ଲୋକଙ୍କ ପାଇଁ । ଏଠାରେ ବହୁ ଲୋକେ ବଣ ଭୋଜି କରି ଖଲି ପତ୍ର ଉଚିତ ସ୍ଥାନରେ ନ ପକେଇ ଏଣେ ତେଣେ ପକେଇ ଥିବାର ଦେଖବାକୁ ମିଳିଛି ।
ସେଥିପାଇଁ ରବିବାର ପରି ଏହି ରବିବାର ମଧ୍ୟ Umeed Foundation ଦ୍ବାରା ତାଳବଣିଆରେ ଆୟୋଜିତ ହୋଇଛି “ଆମ ପରିବେଶ ଆମ ଦାୟିତ୍ବ ” କାର୍ଯ୍ୟକ୍ରମ। ତାଳବଣିଆକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଚାଲିଛି ଜୋରଦାର ଉଦ୍ୟମ। ଆଜି ଆର୍ଟ ମାଧ୍ୟମରେ ଆୱାର୍ ନେସ୍ କରାଯିବା ସହ ସେଭ ତାଳବଣିଆ ଓ ଆମ ପରିବେଶ ଆମ ଦାୟିତ୍ବ ଗ୍ଲୋଗାନ୍ ଦିଆ ଯାଇଥିଲା । ଏହି ଅଭିଯାନରେ ସାମିଲ ହୋଇଥିବା
ପ୍ରତି ବ୍ୟକ୍ତି ବିଶେଷ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ Umeed ପରିବାର ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଆଗାମୀ
ଦିନରେ ମଧ୍ୟ ଆମର ଏହି ପ୍ରୟାସ ଜାରି ରହିବ Talabania କୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଓ ଏଥିପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଅଭିଲାଷୀ Umeed Foundation. ଏହାର ପରିମଳ ଏବଂ ସବୁଜିମା ଫେରାଇ ଆଣିବା ପାଇଁ ସମ୍ପୃକ୍ତ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି ।