
ଭୁବନେଶ୍ବର , ଆଜିଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି। କୋଭିଡ୍ ସଂକ୍ରମଣ କମିବା ପରେ ୨ ବର୍ଷ ଧରି ବନ୍ଦ ଥିବା ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ନିଷ୍ପତି ନେଇଥିଲେ ରାଜ୍ୟ ସରକାର ।
ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଥିଲା । ଏହା ଅନୁଯାୟୀ ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ଯଦି କୌଣସି ଠାରେ ଅସୁବିଧା ଥାଏ କିମ୍ବା କୋଭିଡ୍ ମାମଲା ସାମ୍ନାକୁ ଆସେ ତେବେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ଅଙ୍ଗନବାଡ଼ି ର ସମସ୍ତ କର୍ମୀଙ୍କୁ ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ । କେନ୍ଦ୍ରରେ ପିଲାଙ୍କୁ ସକାଳୁଆ ଜଳଖିଆ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ। ଏହି ସମୟରେ ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି। କୋଭିଡ୍ ସଂକ୍ରମଣ କିମ୍ବା ଅନ୍ୟ କାରଣରୁ ଯଦି କୌଣସି ପିଲା ଅଙ୍ଗନବାଡ଼ି ଆସି ନପାରନ୍ତି ସେଭଳି ସ୍ଥଳେ ପିଲାଙ୍କ ଘରେ ରନ୍ଧା ଖାଦ୍ୟ ପହଞ୍ଚାଇବାକୁ କୁହାଯାଇଛି।