ଭୁବନେଶ୍ୱର, ବ୍ୟାଙ୍କ ଘରୋଇକରଣ, ଇପିଏଫ୍ ସୁଧହାର ହ୍ରାସ, ଅହେତୁକ ଦରଦାମ୍ ବୃଦ୍ଧି ଆଦି ନିଷ୍ପତିକୁ ବିରୋଧ କରି ଆଜିଠୁ ୨ ଦିନିଆ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ଆଜି ସକାଳୁ ସକାଳୁ ଭୁବନେଶ୍ୱରରେ ଏହି ବନ୍ଦର ଅ।।ଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା ।
ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ଏମାନଙ୍କର କର୍ମୀ ମାନେ ହାଚରେ ପ୍ଲାକା଼ର୍ଡ ଧରି ପିକେଟିଂ କରୁଥିବା ଦେଖା ଯାଇଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ ନାରାବାଜୀ ସହ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ ।
୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ ସଂସ୍ଥାର ବିକ୍ରି ବନ୍ଦ, ଅହେତୁକ ଦରଦାମ୍ ବୃଦ୍ଧି, ଇପିଏଫ ଜମା ଉପରେ ସୁଧହାର ହ୍ରାସ ଓ କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।
କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନର ବନ୍ଦ ଡାକରାରେ ବ୍ୟାଙ୍କ ୟୁନିୟନ ସାମିଲ ହେବାକୁ ନିଷ୍ପତି ନେଇଛି । ଏଥିସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ, ଦୂରସଂଚାର ଏବଂ ଆୟକର ବିଭାଗ କର୍ମଚାରୀ ସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତି ନେଇଛନ୍ତି ।