ଭୁବନେଶ୍ୱର,ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଖୋଳାଖୋଳି କାରଣରୁ ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଅତ୍ୟନ୍ତ ଉଦବେଗର ବିଷୟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଶ୍ରୀମନ୍ଦିର ନିକଟରେ ଖୋଲା ଯିବା କାରଣରୁ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।
ମେଘନାଦ ପ୍ରାଚୀର ନିକଟରେ ବଡ଼ ବଡ଼ ଗର୍ତ ଖୋଳାଯାଇଛି । ଏହି ଗାତ ଖୋଳିବା ଦ୍ୱାରା ମନ୍ଦିର ଭୁଶୁଡ଼ି ପଡ଼ିବ ଓ ପାଚେରୀ ଗଳି ପଡ଼ିବ ।
ମନ୍ଦିର ଚତୁଃପାର୍ଶ୍ୱର ବିକାଶ କେମିତି ହେବ ସେନେଇ ପ୍ରତ୍ନତାତ୍ୱିକ ବିଭାଗ ଏବଂ ସରକାର ଆଲୋଚନା କରନ୍ତୁ । ଏକ ଉଚ୍ଚସ୍ତରୀୟ କମିଟି ଗଠନ କରଯାଉ । ଗଜପତି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏଥିରେ ରଖାଯାଉ । ମନ୍ଦିର କିପରି ମଜବୁତ୍ ରହିବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉ । ଗର୍ତ ଖୋଳାକୁ ତୁରନ୍ତ ବନ୍ଦ କରାଯାଇ ତାକୁ ପୋତା ଯାଉ । ସହ ଆଲୋଚନା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।