ଭୁବନେଶ୍ୱର, ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ମାମଲାରେ ସଠିକ ତଦନ୍ତ ସହିତ ଗୃହ ମନ୍ତ୍ରୀ ବିଧାନସଭାରେ ବକ୍ତବ୍ୟ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସେ ଉକ୍ତ ପୋଲିସ ଅଧିକାରୀଙ୍କୁ ଜାଣନ୍ତି । ସେ କେବେ ହେଲେ ଆତ୍ମହତ୍ୟା କରିବା ଲୋକ ନୁହନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ଏହି ମାମଲାର ସଠିକ ଜାଂଚ କରିବାକୁ ଦାବି କରିଛନ୍ତି । ଏଭଳି ପରିସ୍ଥିତିରେ ମାମଲାର ସଠିକ ଜାଂଚ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଗୃହରେ ବକ୍ତବ୍ୟ ଦେବାକୁ ରୁଲିଂ ଦେବାକୁ ଶ୍ରୀ ବାହିନୀପତି ବିଧାନସଭା ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।